Breaking PLUSଓଡ଼ିଶାମୁଖ୍ୟ ଖବର
ବାଇକ-ପିକଅପ ଭ୍ୟାନ ଧକ୍କା, 2 ଗୁରୁତର

ଭୁବନେଶ୍ୱର/ବାରିପଦା, 13 ମାର୍ଚ୍ଚ – ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଚାଇଁବାଇଁସି ପୋଲ ନିକଟରେ ବାଇକ୍ ଏବଂ ପିକ୍ଅପ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ଅନୁଯାୟୀ ଆଜି ସକାଳୁ ସକାଳୁ ନିଜ ଗାଁ ରାଣୀ ଭୋଳରୁ ବାହାରି କାଦଡିହା ଯାଉଥିବା ବେଳେ ଠାକୁରମୁଣ୍ଡା କରଞ୍ଜିଆ ରାସ୍ତାର ଚାଇଁବାଇଁଶି ପୋଲ ନିକଟରେ ବିପରୀତ ଦିଗରୁ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା। ବାଇକ୍ ଆରୋହୀ ଦୁହେଁ ସମ୍ପର୍କରେ ବାପ ଏବଂ ପୁଅ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଉଭୟଙ୍କ ହାତ ଏବଂ ଗୋଡ ଭାଙ୍ଗି ଥିବାରୁ ଦୁହିଁଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି ।