
ସମନ୍ୱିତ ପ୍ରୟାସରେ ଭାରତରେ ଚଳିତ ବର୍ଷ ଡିଜିଟାଲ୍ ପେମେଣ୍ଟର ବ୍ୟବହାରରେ ଅହେତୁକ ବୃଦ୍ଧି ହୋଇଛି । କିନ୍ତୁ ଡିଜିଟାଲ୍ ପେମେଣ୍ଟ୍ କରିବା ପାଇଁ ଆଦାୟ କରାଯାଉଥିବା ଶୁଳ୍କ ଉଚିତ୍ କି ନାହିଁ ସେନେଇ ଗଭର୍ଣ୍ଣର ଚିନ୍ତା ପ୍ରକଟ କରିଛନ୍ତି । ଗ୍ରାହକଙ୍କ ଦ୍ୱାରା ଏହି ଶୁଳ୍କ ଭରଣା ସେମାନଙ୍କ ପାଇଁ ଲାଭ କିମ୍ୱା କ୍ଷତି ହୋଇପାରେ । କିନ୍ତୁ ଏହି ଶୁଳ୍କ ସେମାନେ ଭରଣା କରିପାରିଲା ଭଳି ହେବା ଉଚିତ୍ ।
ଏପରି ନହେବା ଉଚିତ୍ ଯାହାଦ୍ୱାରା କି ବୃଦ୍ଧି ପାଉଥିବା ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି ନହୁଏ । ଗଭର୍ଣ୍ଣର ଏନେଇ କହିଛନ୍ତି ଯେ ଆମେ ଖୁବ୍ଶିଘ୍ର ଏହି ବିଷୟ ଉପରେ ଆଲୋଚନା କରି କିଛି ନିଷ୍କର୍ସ ବାହର କରିବୁ । ଏହି ଆଲୋଚନାରେ ଡିଜିଟାଲ୍ ପେମେଣ୍ଟ ସହ ଜଡ଼ିତ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । କହିରଖୁଛୁ ଯେ, ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ପ୍ରିପେଡ୍ ମାଧ୍ୟମ, ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ପେମେଣ୍ଟ ଉପରେ ଶୁଳ୍କ ଦେବାକୁ ପଡି଼ଥାଏ ।