Breaking PLUSVIDEOମନୋରଞ୍ଜନମୁଖ୍ୟ ଖବର

କରୋନାକୁ ଭାଇଜାନଙ୍କ ଚ୍ୟାଲେଞ୍ଜ୍: ବିଗ୍ ବସ୍ ସିଜିନ -୧୪ର ଗ୍ରାଣ୍ଡ୍ ପ୍ରିମିୟର୍

ବିଗ୍ ବସ୍ ୧୪ କୁ ଚାହିଁ ରହିଥିବା ଦର୍ଶକଙ୍କ ପାଇଁ ଖୁସି ଖବର । ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଓ ଶୋ'ର ପ୍ରିମିୟର୍ ତାରିଖ ଘୋଷଣା କରିଛି କଲର୍ସ । ସୂଚନା ଅନୁସାରେ, ବିଗ୍ ବସ୍ ସିଜିନ -୧୪ର ଗ୍ରାଣ୍ଡ୍ ପ୍ରିମିୟର୍ ଆସନ୍ତା ମାସ ୩ ତାରିଖରୁ ହେବାକୁ ଯାଉଛି ।

ନୂଆଦିଲ୍ଲୀ : ବିଗ୍ ବସ୍ ୧୪ କୁ ଚାହିଁ ରହିଥିବା ଦର୍ଶକଙ୍କ ପାଇଁ ଖୁସି ଖବର । ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଓ ଶୋ’ର ପ୍ରିମିୟର୍ ତାରିଖ ଘୋଷଣା କରିଛି କଲର୍ସ । ସୂଚନା ଅନୁସାରେ, ବିଗ୍ ବସ୍ ସିଜିନ -୧୪ର ଗ୍ରାଣ୍ଡ୍ ପ୍ରିମିୟର୍ ଆସନ୍ତା ମାସ ୩ ତାରିଖରୁ ହେବାକୁ ଯାଉଛି । କଲର୍ସ ପକ୍ଷରୁ ଏକ ପ୍ରୋମୋ ରିଲିଜ୍ ହୋଇଛି ଯେଉଁଥିରେ ସଲମାନ ଶୋ ସମ୍ପର୍କରେ ସୂଚନା ଦେଉଛନ୍ତି । ତେବେ ଶୋ’ର ଥିମ୍ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ଟ୍ୟାଗଲାଇନ୍ ରେ ଘୋଷଣା କରାଯାଇଛି ଯେ,୨୦୨୦ର ପ୍ରତ୍ୟେକ ସମସ୍ୟାକୁ ନଷ୍ଟ କରିବାର ସମୟ ଆସିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଗ୍ ବସ୍ ର ଏହି ସିଜିନ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି ।

ସେପ୍ଟେମ୍ବରରେ ବିଗ୍ ବସ୍ ସିଜନ ୧୪ ର ଶୁଭାରମ୍ଭ ହେବା ନେଇ ପ୍ରଶଂସକମାନେ ଉତ୍ସାହିତ ଥିଲେ । ହେଲେ ପୂର୍ବରୁ ରିଲିଜ ହୋଇଥିବା ଶୋ’ର ପ୍ରମୋ, ସଲମାନ ଖାନଙ୍କ ଶୈଳୀ ପ୍ରଶଂସକଙ୍କ ପାଇଁ ଟିକେ ଭିନ୍ନ ଥିଲା । ସିଜନ୍ ୧୪ ବିଗ୍ ବସ୍ ୨୦୨୦ ନାମରେ ଟିଜ୍ କରାଯାଉଛି । ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ବିଗ୍ ବସ୍ ୨୦୨୦ ଦର୍ଶକଙ୍କ ସାମ୍ନାକୁ କିପରି ଆସୁଛି । ଆଉ ଦର୍ଶକ ଏହାକୁ କିଭଳି ଗ୍ରହଣ କରୁଛନ୍ତି ।

Show More

Related Articles

Back to top button