Breaking PLUSଦେଶ ବିଦେଶମୁଖ୍ୟ ଖବର

ବ୍ରିଟେନର ବନ୍ଦରରେ ବଡ଼ ବିସ୍ଫୋରଣ; ସମଗ୍ର ଅଞ୍ଚଳ ଧୂଆଁମୟ

ବ୍ରିଟେନର ସକ୍ସେସ ବନ୍ଦରରେ ଥିବା ଏକ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଦ୍ୱାରା ଏକ ବିରଳ ଧୂଆଁ ଉଠୁଥିବା ଦୂରରୁ ଦେଖାଯାଉଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଜଣେ ପ୍ରତକ୍ଷଦର୍ଶୀ ଫଟୋ ସେୟାର କରିଛନ୍ତି।

ଲଣ୍ଡନ: ବ୍ରିଟେନର ସକ୍ସେସ ବନ୍ଦରରେ ଥିବା ଏକ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଦ୍ୱାରା ଏକ ବିରଳ ଧୂଆଁ ଉଠୁଥିବା ଦୂରରୁ ଦେଖାଯାଉଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଜଣେ ପ୍ରତକ୍ଷଦର୍ଶୀ ଫଟୋ ସେୟାର କରିଛନ୍ତି। ନ୍ୟୁଜ୍ ୱେବସାଇଟ୍ ଡେଲି ମେଲ୍ ୟୁକେ ଅନୁସାରେ, ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଲୋକ ଆହତ ହୋଇନାହାନ୍ତି।
ବ୍ରିଟେନର ବନ୍ଦରରେ ହୋଇଥିବା ଏହି ବିସ୍ଫୋରଣ, ଗତ କିଛିଦିନ ତଳେ ଲିବାନାନର ରାଜଧାନୀ ବେରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣକୁ ମନେ ପକାଇ ଦେଉଛି। ଯେଉଁଥିରେ ପ୍ରାୟ ୧୫୦ ଜଣଙ୍କର ମୃତ୍ୟୁ ଘଟିଥିଲା।
୨୭୫୦ ଟନ୍ ଆମୋନିୟମ୍ ନାଇଟ୍ରେଟ୍ ରେ ଏହି ବିସ୍ଫୋରଣ ଘଟିଛି | ୨୦୧୩ରେ ଏକ ଜାହାଜରୁ ବିସ୍ଫୋରକ ଏବଂ ସାର ରାସାୟନିକ ପଦାର୍ଥ ଜବତ କରାଯାଇଥିଲା ଏବଂ ସେବେ ଠାରୁ ଏହାକୁ ବନ୍ଦରରେ ରଖାଯାଇଥିଲା। ବିସ୍ଫୋରଣ ପରେ ସରକାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ସରକାରଙ୍କୁ ମଧ୍ୟ କଡା ସମାଲୋଚନା କରାଯାଉଛି।

Show More

Related Articles

Back to top button