
ଆଗାମୀ ୨୩ ତାରିଖରୁ ଆମାଜନ୍ର ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ଓ ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି।ଯଦି ଆପଣ ଆଇଫୋନ୍ ୧୩ କିଣିବାକୁ ଚାହୁଁଛନ୍ତି , ତାହେଲେ ଆପଣଙ୍କ ପାଇଁ ରହିଛି ବଡ ସୁଯୋଗ । ଆଗାମୀ ସେଲ୍ରେ ଏହି ଫୋନ୍ ଆପଣଙ୍କୁ ସବୁଠାରୁ ଶସ୍ତାରେ ମିଳିବାକୁ ଯାଉଛି। ଏନେଇ ସେଲ୍ର ଘୋଷଣା କରି ସାରିଛନ୍ତି ଫ୍ଲିପ୍କାର୍ଟ ଓ ଆମାଜନ୍ ।
ପ୍ଲିପ୍କାର୍ଟର ପ୍ଲସ୍ ମେମ୍ବର ଓ ଆମାଜନ୍ର ପ୍ରାଇମ୍ ମେମ୍ବରଙ୍କୁ ଅନ୍ୟ ସାମଗ୍ରୀ ପରି ଆଇଫୋନ୍ ଉପରେ ବି ବମ୍ପର ଅଫର୍ ମିଳିବାକୁ ଯାଉଛି।
ଆଇଫୋନ୍ ୧୪ ଲଞ୍ଚ୍ ହେବା ପରେ କମ୍ପାନୀ ଆଇଫୋନ୍ ୧୩ର ଦର ପ୍ରାୟ ୧୦ ହଜାର ଟଙ୍କା ହ୍ରାସ କରିଛି। ଏବେ ଏହି ଫୋନ୍ ଗ୍ରାହକଙ୍କୁ ୫୦ ହଜାର ଟଙ୍କା ମଧ୍ୟରେ ମିଳିଯିବ ବୋଲି ସୂଚନା ରହିଛି। ଫ୍ଲିପ୍କାର୍ଟ ଏହି ଫୋନ୍ ଉପରେ ୟାଠାରୁ ବି ଅଧିକ ରିହାତି ଦେବ ବୋଲି ଚର୍ଚ୍ଚା ହେଉଛି। କମ୍ପାନୀ ତା’ର ସେଲ୍ରେ ଆଇଫୋନ୍ ୧୩ ଉପରେ ପ୍ରାୟ ୨୦ ହଜାର ଟଙ୍କା ହ୍ରାସ କରିବ ବୋଲି ଶୁଣିବାକୁ ମିଳୁଛି।
ସେହିପରି ଆମାଜନ୍ ମଧ୍ୟ ଗ୍ରାହକମାନଙ୍କୁ ଫୋନ୍ ଉପରେ ଅବିଶ୍ବନୀୟ ଅଫର୍ ପ୍ରଦାନ କରିବ। ଆଗାମୀ ଦଶହରା ଅବସରରେ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆମାଜନ୍ର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍। ଏହି ମେଗା ସେଲ୍ରେ ସ୍ମାର୍ଟଫୋନ୍, କନ୍ଜ୍ୟୁମର୍ ଇଲେକ୍ଟ୍ରୋନିକ୍ସ, ଫେସନ୍, ରୋଷେଇଘର ସାମଗ୍ରୀ, ଟିଭି ଓ ତେଜରାତି ଆଦିରେ ବିଶେଷ ରିହାତି ମିଳିବ। ଫ୍ଲାଟ୍ ଡିସ୍କାଉଣ୍ଟ୍କୁ ବାଦ୍ ଦେବା ପରେ ଆମାଜନ୍ ଏସ୍ବିଆଇ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ଉପରେ ୧୦ ପ୍ରତିଶତ ଅତିରିକ୍ତ ରିହାତି ପ୍ରଦାନ କରିବ। ଏହାଛଡ଼ା କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ଉପରେ ନୋ-କଷ୍ଟ୍-ଇଏମ୍ଆଇ ବି ମିଳିବ।