Breaking PLUSଓଡ଼ିଶାମୁଖ୍ୟ ଖବର

ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟ ଦ୍ୱାରସ୍ଥ ହେଲେ ବିଦ୍ୟାଶ୍ରୀ

ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଦ୍ୱାରସ୍ଥ ହେଲେ ବିଦ୍ୟାଶ୍ରୀଙ୍କ ପରିବାର । ଏହି ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ରହିଥିବା ଦର୍ଶାଇ ବିଦ୍ୟାଶ୍ରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଦ୍ୱାରସ୍ଥ ହେଲେ ବିଦ୍ୟାଶ୍ରୀଙ୍କ ପରିବାର । ଏହି ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ରହିଥିବା ଦର୍ଶାଇ ବିଦ୍ୟାଶ୍ରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ଏହି ଘଟଣାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି।
ସମାଜସେବୀ ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାକୁ ନେଇ ରହସ୍ୟ ଲାଗି ରହିଛି । ସୂଚନାଯୋଗ୍ୟ ଯେ, ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା ବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀ ପପୁ, ବିକାଶ, ଦୀପୁଙ୍କର ଏହି ଟେଷ୍ଟ ଆଜି ଆରମ୍ଭ ହୋଇଛି।

Show More

Related Articles

Back to top button