
ପୁଟିନଙ୍କୁ ଚେତାବନୀ ଦେଲେ ବାଇଡେନ । ଋଷ-ୟୁକ୍ରେନ ଯୁଦ୍ଧରେ ରାସାୟନିକ ଅଥବା ଆଣବିକ ଅସ୍ତ୍ର ପ୍ରୟୋଗ କରନ୍ତୁ ନାହିଁ । ଏକ ସାକ୍ଷାତ୍କାର ସମୟରେ ଏଭଳି କହିଛନ୍ତି ବାଇଡେନ୍ ।
ମିଳିଥିବା ସୂଚନା ଅନୁଯାୟୀ, ହ୍ବାଇଟ୍ ହାଉସ୍ରେ ‘ବିବିସି ନିଉଜ୍’ ଉସ୍ଥାପକ ସ୍କଟ୍ ପିଲେଙ୍କ ସହିତ ବାଇଡେନ୍ଙ୍କ ଏକ ସାକ୍ଷାତ୍କାର କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ପୁଟିନଙ୍କୁ ଚେତାବନୀ ଦେଇ ବାଇଡେନ କହିଥିଲେ , ରାସାୟନିକ ଏବଂ ଆଣବିକ ଅସ୍ତ୍ର ପ୍ରୟୋଗ କରନାହିଁ, କରନାହିଁ, କରନାହିଁ। ଯଦି ଏମିତି ପରିସ୍ଥି ଲାଗିରହିବ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ଯୁଦ୍ଧର ରୂପ ବଦଳିଯିବ। ଉକ୍ତ ସାକ୍ଷାତ୍କାର ଆଜି ପ୍ରସାରଣ କରାଯିବ।
ଦି ପୁଟିନ୍ ଚରମ ଅସ୍ତ୍ର ପ୍ରୟୋଗ କରନ୍ତି ପରିଣାମ କ’ଣ ହେବ ବୋଲି ପିଲେ ପଚାରିବା କ୍ଷଣି ବାଇଡେନ୍ ଉପରୋକ୍ତ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ।
ବାଇଡେନ୍ କହିଲେ, ବୋଧହୁଏ ଆପଣଙ୍କର ମନେହେଉଛି, କ’ଣ ଘଟିବ ତାହା ମୁଁ ଠିକ୍ରୂପେ ଜାଣେ ଓ ଆପଣଙ୍କୁ ସେ କଥା କହିପକାଇବି। ମୁଁ ସେ କଥା କହିବି ନାହିଁ। ତାହା କୁପ୍ରଭାବର କାରଣ ହେବ। ପ୍ରଭାବ ଏମିତି ଅପ୍ରତ୍ୟାଶିତ ହେବ, ଯାହା ଦୁନିଆରେ କେବେ ଘଟିନାହିଁ। ସେମାନଙ୍କ କାର୍ଯ୍ୟ ଉପରେ ପରିଣାମ ନିର୍ଭରଶୀଳ।
ଆଜିର ‘୬୦ ମିନିଟସ୍’ କାର୍ଯ୍ୟକ୍ରମ ପାଇଁ ପିଲେ ବାଇଡେନ୍ଙ୍କୁ ୟୁକ୍ରେନ୍ ଯୁଦ୍ଧ ବ୍ୟତୀତ ଅର୍ଥନୀତି ଏବଂ ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ। ୟୁକ୍ରେନ୍ ସେନା ପାଇଁ ବାଇଡେନ୍ ପ୍ରଶାସନ ୬୦୦ ନିୟୁତ ଡଲାର୍ ସହାୟତା ଘୋଷଣା କରିଛି।