Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଭସାଣି ପାଇଁ ଏହି ରାସ୍ତା ଉପରେ କଟକଣା

ବୁଧବାରରେ ରାଜଧାନୀ ଭୁବନେଶ୍ୱରରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ବୁଧବାର ୩ଟାରୁ ଭସାଣୀ ଉତ୍ସବ ଆରମ୍ଭ ହେବ । ଏଥିପାଇ ଅପରାହ୍ନ ସହ ରାତି ଗୋଟାଏ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ସହିଦ ନଗରରେ ଭସାଣରେ ମେଢମାନେ ଏକାଠି ହେବେ । ଏଥିପାଇଁ ରୂପାଲି ଛକଠାରୁ ବାଣୀ ବିହାର ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ ।

ଜନପଥରେ ମଧ୍ୟ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ନୟାପଲ୍ଲୀ ମଧ୍ୟ ମେଢମାନେ ଏକାଠି ହେବ । ଏଥିପାଇଁ ସିଆର୍‌ପି ଛକରୁ ନୟାପଲ୍ଲୀ ଦୂର୍ଗାପୂଜା ମଣ୍ଡପକୁ ଯାନବାହାନ ଚଳାଚଳ ଉପରେ କଟକଣା ରହିଛି । ଏହି ସବୁ ଗାଡି ଏକାମ୍ର ଉଦ୍ୟନ ରାସ୍ତାରେ ଯିବେ । ଚନ୍ଦ୍ରଶେଖରପୁର ଭସାଣୀ ପାଇଁ କିଟ୍‌ ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ କରାଯିବ । ଏହି ସବୁ ଗାଡି ଅନ୍ୟରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯିବେ ।

Show More

Related Articles

Back to top button