Breaking PLUSଓଡ଼ିଶାମୁଖ୍ୟ ଖବର

ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର- ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ବେଳେ ଆଜି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ । ତେବେ ବିକ୍ଷୋଭକାରୀଙ୍କୁ ଅଟକାଇବା ବେଳେ ପୋଲିସ ଓ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଛନ୍ତି ।

ରାଜ୍ୟରେ ଗତ ୨୧ବର୍ଷ ହେବ ଆୟୂଷ ଡାକ୍ତରଙ୍କ ପାଇଁ ନିଯୁକ୍ତି ବାହାରିନି। ଫଳରେ ବହୁ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଶେଷରେ ନିଜ ଅଧିକାର ପାଇବାକୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟରେ ୫୦୦ ସରକାରୀ ଆୟୁର୍ବେଦିକ ଓ ୫୦୦ ସରକାରୀ ହୋମିଓପାଥିକ ଡିସ୍‌ପେନ୍‌ସାରି ଖୋଲି ନିଯୁକ୍ତି ଦାବିରେ ଲୋୟର ପିଏମ୍‌ଜିରେ ଚାଲିଥିବା ଏହି ଆନ୍ଦୋଳନ ବୁଧବାର ତିନିଦିନରେ ପହଞ୍ଚତ୍ଥିଲା।

ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ରମାନେ ଗାନ୍ଧୀମାର୍ଗରେ ଅଧିଆ ପଡ଼ି ଦାବି ପୂରଣ ପାଇଁ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆମେ ଭିକାରୀ ନୁହେଁ, ଡାକ୍ତରୀ ଛାତ୍ର ବୋଲି କାନ୍ଦି କାନ୍ଦି କହିଥିଲେ। ସରକାର ସେମାନଙ୍କ ଦାବି ସମ୍ପର୍କରେ ଶୁଣୁ ନ ଥିବାରୁ ଶେଷରେ ସେମାନେ ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡକୁ ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇଥିଲା। ଫଳରେ ପୋଲିସ ଓ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

Show More

Related Articles

Back to top button