Breaking PLUSଦେଶମୁଖ୍ୟ ଖବରରାଜନୀତି

ଭାରତ ଯୋଡୋ ନ୍ୟାୟ ଯାତ୍ରା ଲୋଗା ଉନ୍ମୋଚିତ

ନୂଆଦିଲ୍ଲୀ, 6 ଜାନୁୟାରୀ – କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶନିବାର ପାର୍ଟି ମୁଖ୍ୟାଳୟରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଲୋଗୋର ଉନ୍ମୋଚନ କରିଛନ୍ତି । ଏହାର ଲୋଗୋରେ ଦୁଇଟି ଭାଗ ରହିଛି । ଏଥିରେ ‘ଭାରତ ଯୋଡା ନ୍ୟାୟ ଯାତ୍ରା, ନ୍ୟାୟ କା ହକ୍ ମିଲନେ ତକ୍’ ଲେଖାଯାଇଛି ।
ଲୋଗୋ ଲଞ୍ଚ କରିବା ସମୟରେ ଖଡଗେଙ୍କ ସହିତ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ପାର୍ଟିର ନେତା ଜୟରାମ ରମେଶ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଖଡଗେ କହିଥିଲେ ଯେ, ଏହି ଯାତ୍ରା ଜନତାଙ୍କୁ ନ୍ୟାୟ ଦେବା ପାଇଁ ଏବଂ ଅନେକ ଅଧିକାରର ରକ୍ଷା ପାଇଁ । ଭାରତ ଯୋଡୋ ନ୍ୟାୟ ଯାତ୍ରା ମାଧ୍ୟମରେ ଆମେ ଲୋକଙ୍କ ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବୁ ।
ଏଠାରେ ସୂଚନା ଯୋଗ୍ୟ, ଜାନୁୟାରୀ 14ରେ ରାହୁଲ ଗାନ୍ଧି ମଣିପୁରରେ ଭାରତ ଯୋଡା ନ୍ୟାୟ ଯାତ୍ରାର ଶୁଭାରମ୍ଭ କରିବେ ।

Show More

Related Articles

Back to top button