Breaking PLUSଓଡ଼ିଶାଦେଶଦେଶ ବିଦେଶବିଧାନସଭାମୁଖ୍ୟ ଖବର

ଏମପି ପଦରୁ ଇସ୍ତଫା ଦେବା ନେଇ ଘୋଷଣା କଲେ ଭଗୱନ୍ତ ମାନ୍

୧୬ ତାରିଖରେ ଭଗୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜୟ ହେବା ପରେ ଏମ୍‌ପି ପଦରୁ ଇସ୍ତଫା ଦେବେ ଏଏପି ନେତା ଭଗୱନ୍ତ ମାନ। ପଞ୍ଜାବ ବିଧାନସଭା ନିର୍ବାଚନରେ ଏଏପି ବିପୁଳ ବିଜୟ ହେଲା ପରେ ୧୬ ତାରିଖରେ ଭଗୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଏମ୍‌ପି ପଦରୁ ଇସ୍ତଫା ଦେବା ନେଇ ସୋମବାର ଭଗଓ୍ୱନ୍ତ ସଂସଦରେ ପହଞ୍ଚିଛନ୍ତି। ବିଧାନସଭା ନିର୍ବାଚନରେ ଭଗୱନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।  ଯେହେତୁ ଭଗୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଣୁ ବିଧାନସଭାର ସଦସ୍ୟ ରହିବା ଆବଶ୍ୟକ। ଏନେଇ ଭଗୱନ୍ତ ଏମ୍‌ପି ପଦରୁ ଇସ୍ତଫା ଦେବେ। ସାଂସଦ ପଦରୁ ଇସ୍ତଫା ଦେବା ପୂର୍ବରୁ ଭଗୱନ୍ତ କହିଛନ୍ତି, ସେ ଲୋକସଭାକୁ ମିସ୍‌ କରିବେ। ପଞ୍ଜାବବାସୀଙ୍କ ସେବା କରିବାକୁ ଯେଉଁ ଗୁରୁଦାୟିତ୍ୱ ମିଳିଛି ତାହାକୁ ସେ ସୂଚାରୁ ରୂପେ ତୁଲାଇବେ ବୋଲି କହିଛନ୍ତି। ଏପରି କି ସଙ୍ଗରୁର ଲୋକସଭା ନିର୍ବାଚନ ମଣ୍ଡଳିର ଜନସାଧାରଣଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Show More

Related Articles

Back to top button