Breaking PLUSଓଡ଼ିଶାମୁଖ୍ୟ ଖବର

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ୫ଟି ପରିବାରର ୧୧ ବଖରା ଘର ଜଳିପୋଡି ପାଉଁଶ

ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଚାହୁଁ ଚାହୁଁ ବ୍ୟାପିଲା । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଲା । ନିଆଁ ଗିଳିଦେଲା ୫ଟି ପରିବାରର ୧୧ ବଖରା ଘର । ପାଉଁଶ ହୋଇଛି ବର୍ଷ ବର୍ଷର ସାଇତା ସମ୍ପତ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।

ବେଲମଳା ଗାଁର ଗୌରହରି ବେହେରା, ନିର୍ମଳ ବେହେରା, ପ୍ରହ୍ଲାଦ ବେହେରା, ଦୀନେଶ ବେହେରାଙ୍କ ଘରେ ନିଆଁ ଲାଗିଥିଲା । ଜୀବନ ବଞ୍ଚାଇବାକୁ ସମସ୍ତେ ବାହାରକୁ ଦୌଡି ପଳାଇଥିଲେ । କ୍ଷଣିକ ମଧ୍ୟରେ ୧୧ ବଖରା ଘରକୁ ଗ୍ରାସ କରିଥିଲା ନିଆଁ । ପିନ୍ଧା ଲୁଗା ବ୍ୟତୀତ କେହି କିଛି ଆଣି ପାରି ନଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟସର୍କିଟରୁ ନିଆଁ ଲାଗିଥିବା କୁହାଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଛାରଖାର ହୋଇଥିଲେ ବି କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

Show More

Related Articles

Back to top button