Breaking PLUSଓଡ଼ିଶାମୁଖ୍ୟ ଖବର
କୁମାର ପୂର୍ଣ୍ଣିମା ପାଇଁ ମାତିଛନ୍ତି ଜୁଆଡି, 24ଘଣ୍ଟାରେ 36 ଜୁଆଡି ଗିରଫ

କୁମାରପୂର୍ଣ୍ଣିମା ଯୋଗୁ ଜୋରଦାର ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ ଅଭିଯାନ ଜାରି ରଖିଛି। ୨୪ ଘଣ୍ଟା ମଧ୍ୟରେ ୩ଟି ଥାନା ଅଞ୍ଚଳରେ ଚାଲିଥିବା ଜୁଆଖେଳରୁ ୩୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୩୫ଟି ମୋବାଇଲ ଫୋନ୍ ଓ ୧ଲକ୍ଷ ୧୫ ହଜାର ୨୬୦ଟଙ୍କା ଜବତ ହୋଇଥିବା ବ୍ରହ୍ମପୁର ଏସପି ଡ. ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି। ବୈଦ୍ୟନାଥପୁର, ଗୋଳନ୍ଥରା ଓ ଗୋଷାଣିନୁଆଗାଁ ଥାନା ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଥିଲା। ୪ଟି ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ୪୧ ସିଆରପିସି ଧାରା ଅନୁସାରେ ଥାନାରୁ ଜାମିନରେ ଛାଡି ଦିଆଯାଇଥିବା ପୋଲିସ କହିଛି।