ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ପ୍ରତେକଦିନ ପିଅନ୍ତୁ ଗୁଡ଼ ମିଶ୍ରିତ ଦୁଗ୍ଧ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର

ଶୀତଋତୁରେ ପ୍ରାୟ ସମସ୍ତେ ଗୁଡ଼ର ବ୍ୟବହାର ଅଧିକ କରିଥାନ୍ତି l କାରଣ ଗୁଡ଼ ଆମ ଶରୀରରୁ ବିଭିନ୍ନ ବିଷାକ୍ତ ପଦାର୍ଥକୁ ସଫା କରିଥାଏ l ଗବେଷଣା ଅନୁସାରେ ମଧୁମେହ ରୋଗୀଙ୍କ ପାଇଁ ଚିନି ଅପେକ୍ଷା ଗୁଡ଼ ଅତ୍ୟନ୍ତ ଲାଭ ଦାୟକ l ଶୀତଋତୁରେ ଏବଂ ଅନ୍ୟ ଦିନରେ ମଧ୍ୟ ଆପଣ ଗୁଡର ବ୍ୟବହାର କରି ପାରିବେ l ଦୁଗ୍ଧରେ କ୍ୟାଲସିୟମ ,ଭିଟାମିନ-ଏ ଓ ବି ,ପ୍ରୋଟିନ ଓ ଅନ୍ୟ ପୋଷକତତ୍ୱ ରହିଛି l ତେବେ ଆସନ୍ତୁ ଜାଣିବା ଗୁଡ଼ ଓ ଦୁଗ୍ଧାକୁ ମିଶାଇ ପିଇବା ଦ୍ୱାରା ଶରୀରକୁ କି ଲାଭ ମିଳିଥାଏ l

* ଗର୍ଭାବସ୍ଥା ସମୟରେ ଲାଭ ଦାୟକ -ଗରମ ଦୁଗ୍ଧ ଓ ଗୁଡ଼କୁ ମିଶାଇ ପିଇବା ଦ୍ୱାରା ଗର୍ଭବତୀ ମାତ୍ର ଶରୀରକୁ ଆଇରନ ମିଳିଥାଏ l ଯଦି ଏହାକୁ ନୀତିଦିନ ସେବନ କରାଯାଏ ତେବେ ରକ୍ତରେ ହେମୋଗ୍ଲୋବିନର ମାତ୍ରା ବଢିଥାଏ l ଏଥିରେ ଥିବା ଶୁକ୍ରଜୋ ଶରୀରକୁ ଶକ୍ତି ଦେବା ସହିତ ଶରୀରର ଥକା ପାନକୁ ଦୂର କରେ l

* ଖାଦ୍ୟ ହଜମ କରିବା ପାଇଁ ସାହାଯ୍ୟ କରିଥାଏ l ଗୁଡ଼ ଓ ଦୁଗ୍ଧର ମିଶ୍ରଣ ଅନ୍ତକୋଷରେ ଥିବା ବିଭିନ୍ନ ବିଷାକ୍ତ ପଦାର୍ଥକୁ ନଷ୍ଟ କରିଥାଏ ,ତା ସହିତ କୋଷ୍ଠକାଠିନ୍ୟ ,ବଦହଜମି ଓ ଗ୍ୟାସ ଇତ୍ୟାଦି ସମସ୍ୟାକୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରେ l ଗୁଡ଼ ଓ ଦୁଗ୍ଧ ଆମ ଖାଦ୍ୟ ପଦାର୍ଥକୁ ହଜମ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରେ l ତେଣୁ ଖାଇସାରିବା ପରେ ଗୁଡ଼ ଖାଇବାକୁ କୁହାଯାଏ l

* ଗଣ୍ଠି ଯନ୍ତ୍ରଣାରୁ ଆରମ୍ଭ ଦିଏ -ଗୁଡ଼ ଓ ଦୁଗ୍ଧ ହାଡପାଇଁ ଅତ୍ୟନ୍ତ ଲାଭ ଦାୟକ ,ସେଥିପାଇଁ ଦୁଗ୍ଧରେ ଗୁଡା ମିଶାଇ ପିଇବା ଦ୍ୱାରା ହାଡ଼ ସୁସ୍ଥ ରହିଥାଏ ,ମାଂସପେଶୀକୁ ପୋଷଣ ମିଳେ ,ତା ସହିତ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ l

* ଓଜନ କମାଇବାରେ ସାହାଯ୍ୟ କରେ -ଗୁଡରେ ଉଚ୍ଚ ମାତ୍ରାରେ ପୋଟାସିୟା ରହିଛି ଯାହା ଶରୀରରେ ଇଲୋକ୍ଟ୍ରୋ ଲାଇଟ୍ସକୁ ନିୟନ୍ତ୍ରଣ କରେ ଓ ଶରୀରରେ ମାଂସପେଶୀକୁ ନିର୍ମାଣ କରିବାରେ ସାହାଯ୍ୟ କରେ l ଓଜନ କମାଇବା ସମୟରେ ଚେଷ୍ଟା କରୁଥିଲେ ଆପଣଙ୍କ ଶରୀରରେ ଅଧିକାଂଶ ସମୟ ପାଣି କମି ଯାଇଥାଏ l ଏହି ସମୟରେ ଗୁଡରେ ଥିବା ପୋଟାସିୟମ ପାଣିର କମିକୁ ଦୂର କରିବାରେ ସାହାଯ୍ୟ କରେ l ଏହି କାରଣରୁ ଗୁଡ଼ ଓ ଦୁଗ୍ଧ ଓଜନ କମାଇବା ପାଇଁ ବ୍ୟବହାର ହୁଏ l

Show More

Related Articles

Back to top button