Breaking PLUSଓଡ଼ିଶାମୁଖ୍ୟ ଖବର

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିସିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୀବ ପୃଷ୍ଟି ଆହତ

ପୌର ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରାକ୍-ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିର ବିଜେଡି ଛାତ୍ରନେତା ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ପୃଷ୍ଟିଙ୍କ ଉପରେ କଂଗ୍ରେସ କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ପୌର ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ସ୍ଥାନରେ ପ୍ରାକ୍-ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିର ବିଜେଡି ଛାତ୍ରନେତା ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ପୃଷ୍ଟିଙ୍କ ଉପରେ କଂଗ୍ରେସ କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ବାଲେଶ୍ୱରରୁ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ 8ଟା ସମୟରେ ଭୁବନ ବାଇପାସ ନିକଟରେ ଭୁବନ ନଗର କଂଗ୍ରେସ ସଭାପତି ଦିବାକର ବେହେରା, ଜିତେନ୍ଦ୍ର ବେହେରା ଓ ଶିବନ୍ ପୃଷ୍ଟି ହଠାତ ସଞ୍ଜୀବଙ୍କୁ ଅଟକାଇବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ସଞ୍ଜୀବ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏ ନେଇ ଘଟଣା ସମ୍ପର୍କରେ ସଞ୍ଜୀବ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।ଛାତ୍ରନେତା ସଞ୍ଜୀବଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇ ତାଙ୍କର ଅନେକ ସମର୍ଥକ ଓ ଶୁଭେଚ୍ଛୁ ମେଡିକାଲରେ ପହଁଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଘଟଣାରେ ସାମିଲ ଥିବା କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

 

Show More

Related Articles

Back to top button