Breaking PLUSଓଡ଼ିଶାଖେଳଦେଶ ବିଦେଶମୁଖ୍ୟ ଖବର

ଓଡ଼ିଆ କ୍ରିକେଟର ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ଦାୟିତ୍ୱ

ଓଡ଼ିଆ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଶିବ ସୁନ୍ଦର ଦାସଙ୍କୁ ବଡ଼ ଦାୟତ୍ୱ । ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଓପନର ଶିବ ସୁନ୍ଦର ଦାସ । ତାଙ୍କ ନାଁରେ ମୋହର ମାରିଛି ବିସିସିଆଇ । ଆଗାମୀ ଇଂଲଣ୍ଡ ଗସ୍ତରେ ଶିବ ସୁନ୍ଦରଙ୍କ ବ୍ୟାଟିଂ ରଣନୀତି ନେଇ ମୈଦାନକୁ ଓହ୍ଲାଇବ ଭାରତୀୟ ମହିଳା ଟିମ୍ ।

ଟିମ୍ ଇଣ୍ଡିଆ ପାଇଁ ୨୩ଟି ଟେଷ୍ଟ ଓ ୪ଟି ଦିନିଆ ମ୍ୟାଚ୍ ଖେଳିଛନ୍ତି ଶିବ ସୁନ୍ଦର ଦାସ । ୨୦୦୦-୨୦୦୨ ମସିହା ଭିତରେ ସେ ଟେଷ୍ଟ ଟିମର ସଦସ୍ୟ ଥିଲେ । ଟେଷ୍ଟରେ ୧୩ଶହ ୨୬ ରନ୍ କରିଥିଲେ । ଏହା ଭିତରେ ଦୁଇଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି ।

୪-୫ ବର୍ଷ ହେବ ନ୍ୟାସନାଲ୍ କ୍ରିକେଟ ଏକାଡେମୀରେ ବ୍ୟାଟିଂ କୋଚ୍ ଦାୟିତ୍ୱ ତୁଲାଇଛନ୍ତି ଶିବ ସୁନ୍ଦର । ଅଭିଜ୍ଞତା ଆଧାରରେ ସେ ଭାରତୀୟ ମହିଳା ଟିମକୁ ସହାୟତା କରିବେ ବୋଲି କହିଛନ୍ତି ।

Show More

Related Articles

Back to top button