ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା: ପରିବାର ଅଦାଲତରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି

ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା। କଟକ ପରିବାର ଅଦାଲତରେ ହାଜର ହେଲେ ବର୍ଷା ଓ ଅନୁଭବ । ଉଭୟ ବର୍ଷା ଓ ଅନୁଭବଙ୍କୁ ହାଜର ହେବା ପାଇଁ କହିଥିଲେ ପରିବାର ଅଦାଲତ। ପୂର୍ବରୁ ଉଭୟଙ୍କୁ ୫ ହଜାର ଟଙ୍କାର ତଣ୍ଡ ନିର୍ଦ୍ଦେଶ ଦେଇଥିଲେ ପରିବାର କୋର୍ଟ। ୨୦୧୪ରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଭୁବନେଶ୍ୱରରେ ବର୍ଷାଙ୍କୁ ବିବାହ କରିଥିଲେ। ୨୦୨୦ରେ ଅନୁଭବ ଦିଲ୍ଲୀର ଏକ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ। ଅନୁଭବ ତାଙ୍କ ପିଟିସନରେ ବିବାହ ସ୍ଥାନ ଭୁବନେଶ୍ୱର ପରିବର୍ତ୍ତେ ଦିଲ୍ଲୀ ବୋଲି ଉଲ୍ଲେଖ କରିଥିଲେ। କୋର୍ଟରେ ଦାଖଲ କରିଥିବା ଦସ୍ତାବିଜରେ ଏ କଥା ଉଲ୍ଲେଖ କରିଥିଲେ ଅନୁଭବ ମହାନ୍ତି। କିଭଳି ଭୁବନେଶ୍ୱର ଦିଲ୍ଲୀ ହୋଇଗଲା ତାକୁ ନେଇ ପ୍ରଶ୍ନ ଉଠିଥିଲା। ମିଛ ତଥ୍ୟକୁ ନେଇ ବି ପ୍ରଶ୍ନ ଉଠିଥିଲା। ଇଏ ଭୂଲ ଥିଲା ନା ଜାଣିଶୁଣି ଏଭଳି କରିଥିଲେ ଅନୁଭବ। ତେବେ କୋର୍ଟରେ ଏହାକୁ ସଂଶୋଧନ ପାଇଁ ପିଟିସନ କରିଥିଲେ ଅନୁଭବ ମହାନ୍ତି। ଆଜି ହାଜର ହେବା ପାଇଁ ଉଭୟଙ୍କୁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ।