Breaking PLUSଓଡ଼ିଶାମୁଖ୍ୟ ଖବର

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ବରଗଡ ସାଂସଦ ସୁରେଶ ପୂଜାରୀ

ଛାତିରେ ଯନ୍ତ୍ରଣାରେ ଅନୁଭବ କରୁଥିଲେ ସୁରେଶ

ବରଗଡ଼ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏକାଧିକ ବ୍ଲକେଜ୍ ପାଇଁ କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ଚିକିତ୍ସାଧୀନ ଅଛନ୍ତି । ଅସ୍ତ୍ରୋପଚାର ଜରିଆରେ ହୃତପିଣ୍ଡରେ ୪ଟି ଷ୍ଟେଣ୍ଟ ଲାଗିଛି । ତେବେ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ସାଂସଦ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତା’ପରେ ସେ ଦିଲ୍ଲୀ ଏମ୍ସରେ ଆବଶ୍ୟକ ପରୀକ୍ଷା କରାଇଥିଲେ । ତାଙ୍କ ହାର୍ଟରେ ଏକାଧିକ ବ୍ଳକେଜ ଥିବା ପରୀକ୍ଷା ବେଳେ ଜଣାପଡ଼ିଥିଲା । ସେଥିପାଇଁ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହିଥିଲେ।

Show More

Related Articles

Back to top button