Breaking PLUSଦେଶ ବିଦେଶମୁଖ୍ୟ ଖବର

ରେକର୍ଡ ଭାଙ୍ଗିଲା ଓବାମାଙ୍କ ପୁସ୍ତକ ‘ଏ ପ୍ରମିଜ ଲ୍ୟାଣ୍ଡ’

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରମିଜ ଲ୍ୟାଣ୍ଡ’ ଆମେରିକା ଏବଂ କାନାଡାର ବିକ୍ରି ହେବାର ନୂତନ ରେକର୍ଡ ସୃଷ୍ଟି କରିଛି । ପୁସ୍ତକଟି ପ୍ରକାଶିତ ହେବାର ପ୍ରଥମ 24 ଘଣ୍ଟା ମଧ୍ୟରେ 8,90,000 ରୁ ଉର୍ଦ୍ଧ୍ୱ କପି ବିକ୍ରି ହୋଇ ଆଧୁନିକ ଇତିହାସରେ ସର୍ବଶ୍ରେଷ୍ଠ ବିକ୍ରି ହୋଇଥିବା ରାଷ୍ଟ୍ରପତିଙ୍କ ଜୀବନିରେ ମାନ୍ୟତା ପାଇବାକୁ ଯାଉଛି ।

ପ୍ରଥମ ଦିନରେ ଏତେ ମାତ୍ରାରେ କପି ବିକ୍ରି ହେବା ‘ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍’ ପାଇଁ ନିଶ୍ଚୟ ଏକ ରେକର୍ଡ ବୋଲି କମ୍ପାନୀ କହିଛି । ଏହି ସଂଖ୍ୟା ମଧ୍ୟରେ ବହି କିଣିବା ପାଇଁ ପୂର୍ବରୁ କରାଯାଇଥିବା ବୁକିଂ, ଇ-ବୁକ୍ ଏବଂ ଅଡିଓ ବିକ୍ରୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି |

ପେଙ୍ଗୁଇନ୍ ରାଣ୍ଡମ ହାଉସର ପ୍ରକାଶକ ଡେଭିଡ ଡ୍ରେକ କହିଛନ୍ତି ଯେ ପ୍ରଥମ ଦିନର ବିକ୍ରିରେ ଆମେ ଖୁସି । ସେ କହିଛନ୍ତି ଯେ ଏହା (ପୂର୍ବତନ) ରାଷ୍ଟ୍ରପତି ଓବାମାଙ୍କ ବହୁ ପ୍ରତୀକ୍ଷିତ ପୁସ୍ତକ ପାଇଁ ପାଠକମାନଙ୍କ ପାଖରେ ଥିବା ବ୍ୟାପକ ଉତ୍ସାହକୁ ପ୍ରତିଫଳିତ କରୁଛି ।

‘ଏ ପ୍ରମିଜ ଲ୍ୟାଣ୍ଡ’ ବର୍ତ୍ତମାନ ‘ଆମାଜନ୍’ ଏବଂ ‘ବର୍ଣ୍ଣସ୍ ଏବଂ ନୋବଲ୍’ (ଡଟ୍ କମ୍) ରେ ସବୁଠାରୁ ଶୀର୍ଷରେ ଅଛି | ବର୍ଣ୍ଣସ୍ ଆଣ୍ଡ ନୋବେଲ ସିଇଓ ଜେମ୍ସ ଡଣ୍ଟ କହିଛନ୍ତି ଯେ ଆମେ ପ୍ରଥମ ଦିନରେ 50,000 କପି ବିକ୍ରି କରିଛୁ ଏବଂ ଆଗାମୀ 10 ଦିନ ମଧ୍ୟରେ 10 ଲକ୍ଷ କପି ବିକ୍ରି କରିବା ନେଇ ଆଶା ରଖିଛୁ ।
ଓବାମାଙ୍କ 768 ପୃଷ୍ଠାର ଏହି ସ୍ମୃତିର ମୂଲ୍ୟ 45 ଡଲାର ରଖା ଯାଇଛି |

‘ଏ ପ୍ରମିଜ ଲ୍ୟାଣ୍ଡ’ ପୁସ୍ତକରେ ଓବାମା 2008 ମସିହାର ନିର୍ବାଚନ ପ୍ରଚାର ଅଭିଯାନ ଠାରୁ ଆରମ୍ଭ କରି ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନଙ୍କୁ ଆବୋଟାବାଦରେ (ପାକିସ୍ଥାନ) ହତ୍ୟା କରିବା ଓ ରାଷ୍ଟ୍ରପତି ଭାବରେ ତାଙ୍କ ପ୍ରଥମ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି ।

ଏହି ପୁସ୍ତକର ଦୁଇଟି ଅଂଶ ଅଛି, ଯାହାର ପ୍ରଥମ ଭାଗଟି ମଙ୍ଗଳବାର ଦିନ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା ।

Show More

Related Articles

Back to top button