ଓଡ଼ିଶାଦୁର୍ଘଟଣା

ଅଗ୍ନିକାଣ୍ଡରେ ଜଳିଗଲା ବାରିପଦା ସ୍ଥିତ ବ୍ୟାଙ୍କ ଅଫ ବରୋଦା

ଅଗ୍ନିକାଣ୍ଡରେ ଜଳିଗଲା ବ୍ୟାଙ୍କ ଅଫ ବରୋଦା । ଏଭଳି ଘଟଣା ଦେଖିବାକୁ ମିଳିଛି  ବାରିପଦା ସ୍ଥାନୀୟ ଷ୍ଟେସନ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଶାଖାରେ । ଖବର ପାଇ  ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାର୍ ସକ୍ଷମ ହୋଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦.୩୦ ବାରିପଦା ସ୍ଥାନୀୟ ଷ୍ଟେସନ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଶାଖାରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ପ୍ରକୋପ ଅଧିକ ହେବାରୁ କ୍ତ ବିଲ୍ଡିଂରେ ଥିବା ଏଟିଏମ ଓ କିଛି ଦୋକାନରେ ଅଗ୍ନି ବ୍ୟାପିଥିଲା । ସ୍ଥାନୀୟ ଲୋକମାନେ ଦେଖିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବ୍ୟାଙ୍କ ମଧ୍ୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି ।

 

Show More

Related Articles

Back to top button