Breaking PLUSଦେଶ ବିଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭରସା, ଜନାଦେଶ ବାଂଲାଦେଶ ଅଭାମୀ ଲିଗ ସପକ୍ଷରେ ଆସିବ

ଢାକା, 7 ଜାନୁଆରୀ -12ତମ ସଂସଦୀୟ ରାଷ୍ଟ୍ରୀୟ ନିର୍ବାଚନରେ ତାଙ୍କ ଦଳ ବିଜୟ ହାସଲ କରିବ ବୋଲି ବାଂଲାଦେଶ ଅଭାମୀ ଲିଗର ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବିଶ୍ୱାସ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଜନାଦେଶ ତାଙ୍କ ପକ୍ଷରେ ଆସିବ । ବାଂଲାଦେଶ ଗଣମାଧ୍ୟମର ସୂଚନା ଅନୁସାରେ ଆଜି ସକାଳେ ମତଦାନ ପରେ ସେ ଗଣମାଧ୍ୟମକୁ ଏହି ଟିପ୍ପଣୀ ଦେଇଛନ୍ତି । ଶେଖ୍ ହସିନା କହିଛନ୍ତି ଯେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଆତଙ୍କବାଦୀଙ୍କ ଦଳ ଅଟେ । ଏହି ପାର୍ଟି କେବେ ବି ନିର୍ବାଚନରେ ବିଶ୍ୱାସ କରେନାହିଁ । ନିର୍ବାଚନରେ ବୁଥ ରିଗିଂ ଓ ହେରାଫେରି ଏହି ପାର୍ଟିର ଚରିତ୍ର ଅଟେ । ଏବେ ଏମାନଙ୍କ ଏହି ମୌକା ମିଳୁନାହିଁ । ଏଥିପାଇଁ ଏବେ ନିର୍ବାଚନ ବହିଷ୍କାର କରିଛି ।
ହସିନା କହିଛନ୍ତି ଯେ, ମୋତେ ଆତଙ୍କବାଦୀ ପାର୍ଟି ସମ୍ମୁଖରେ ବିଶ୍ୱାସନୀୟ ସାବ୍ୟସ୍ତ କରିବା ଆବଶ୍ୟକ ନାହିଁ । ମୁଁ ଲୋକଙ୍କ ନିକଟରେ ଉତ୍ତରଦାୟୀ । ଲୋକେ ଏହାକୁ ସ୍ୱୀକାର କରିବେ କି ନାହିଁ, ତାହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ମତଦାନ କେନ୍ଦ୍ର ଯାଇ ଭୋଟ୍ ଦେବାକୁ ସେ ଲୋକଙ୍କ ଅନୁରୋଧ କରିଛନ୍ତି ।

Show More

Related Articles

Back to top button