Breaking PLUSଖେଳ

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଚେନ୍ନାଇ

ଆଜିର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଖେଳିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ଲେ ଅଫରେ ନିଜ ସ୍ଥାନ ପକ୍କା ରଖିବା ପାଇଁ ଏହି ମ୍ୟାଚରେ ଲଢେଇ କରିବେ ଧୋନୀ ଓ ବିରାଟ । ଚଳିତ ଆଇପିଏଲରେ ଉଭୟ ଦଳ ଆଗରୁ ମୁହାଁମୁହିଁ ହୋଇ ସାରିଛନ୍ତି । ପ୍ରଥମ ମ୍ୟାଚରେ ୬୯ ରନରେ ବାଙ୍ଗାଲୋରକୁ ପରାସ୍ତ କରିଥିଲା ଚେନ୍ନାଇ । ପୁଣି ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଚେନ୍ନାଇ ନିଜ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଉଥିବା ବେଳେ ବାଙ୍ଗାଲୋର ବଦଲା ନେବା ଲକ୍ଷ୍ୟରେ ରହିବ । ଚଳିତ ଆଇପିଏଲରେ ଚେନ୍ନାଇ ୮ଟି ମ୍ୟାଚ ଖେଳି ୬ଟିରେ ବିଜୟ ଓ ୨ଟିରେ ପରାଜୟ ହୋଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ବାଙ୍ଗାଲୋର ୮ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୩ଟିରେ ପରାଜୟ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

Show More

Related Articles

Back to top button