ବଲିଉଡ

ବିବାଦରେ କପିଲ ଶର୍ମାଙ୍କ ଶୋ

ବିବାଦରେ କପିଲ ଶର୍ମାଙ୍କ ଶୋ’ । ‘କମେଡି ନାଇଟ୍‌ ଉଇଥ୍‌ କପିଲ’ ଶୋ’ର ଗୋଟିଏ ଏପିସୋଡ୍‌ ଉପରେ ଏହି ମାମଲା ହୋଇଛି । ଶୋ’ର ମଞ୍ଚରେ କୋର୍ଟ ରୁମ୍‌ର ସିନ୍‌ କରି ସେଠାରେ ମଦ୍ୟପାନର ଦୃଶ୍ୟ ଦେଖାଇବା ପଡିଛି ମହଙ୍ଗା । ଏହା କୋର୍ଟଙ୍କ ଅପମାନ ଦର୍ଶାଇ ମଧ୍ୟପ୍ରଦେଶର ଜଣେ ଓକିଲ ଶିବପୁରୀ ଜିଲ୍ଲା କୋର୍ଟରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି । ଆସନ୍ତା ୧ ତାରିଖରେ ଏହି ମାମଲାର ଶୁଣାଣି ହେବା ନେଇ ସୂଚନା ରହିଛି ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ, ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ କମେଡି ଶୋ’ ରେ ମହିଳାଙ୍କ ସମେତ ଅନ୍ୟମାନଙ୍କୁ ଆକ୍ଷେପ କରାଯାଉଛି । ଏପରି ମହିଳାଙ୍କ ମର୍ଯ୍ୟାଦାହାନୀ ପରି କମେଣ୍ଟ ବି ଦିଆଯାଉଛି । ଯେଉଁ ଏପିସୋଡ୍‌ଟି ବିରୋଧରେ ଅଭିଯୋଗ ଆସିଛି ତାହା ୨୦୨୦ ମସିହା ଜାନୁଆରୀ ୯ ତାରିଖରେ ପ୍ରସାରିତ ହୋଇଥିଲା । ଏହାପରେ ଏହି ଶୋ’ ଗତ ଏପ୍ରିଲ ୨୪ ତାରିଖରେ ପୁନଃ ପ୍ରସାରିତ ହୋଇଥିଲା ।

Show More

Related Articles

Back to top button