Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
ବଦଳିଲା ବନ୍ଦେ ଭାରତ ଏକ୍ସପ୍ରେସର ରୂପ
ନାରଙ୍ଗୀ ସହ ଧଳା ରଙ୍ଗକୁ ବେଶ୍ ପସନ୍ଦ କଲେ ଲୋକେ

() ବଦଳିଲା ବନ୍ଦେ ଭାରତ ଏକ୍ସପ୍ରେସର ରୂପ । ନୂଆ ଲୁକ୍ରେ ନଜର ଆସିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଗାମୀ ଦିନରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଏହି ନୂଆ ରଙ୍ଗରେ ଆସିବା ନେଇ ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ Ministry of Railways ପକ୍ଷରୁ ଟ୍ୱିଟ୍ କରାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍ର ନୂଆ ଲୁକ୍ର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍ର ରଙ୍ଗ ନାରଙ୍ଗୀ ସାଙ୍ଗକୁ ଧଳା ରହିଛି ।
ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଧଳା ଓ ନୀଳ ରଙ୍ଗରେ ଦେଖିବାକୁ ମିଳୁଥିଲା । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି । ନାରଙ୍ଗୀ ସହ ଧଳା ରଙ୍ଗରେ ବେଶ୍ ଆକର୍ଷଣୀୟ ଦିଶୁଛି ବନ୍ଦେ ଭାରତ ।