ବାଣିଜ୍ୟ

ଅତ୍ୟଧିକ ଚାହିଦା: କେବଳ ୪୮ ଘଣ୍ଟାରେ ବଜାଜ୍‌ ଚେତକ୍‌ ଇଭି ବୁକିଂ ବନ୍ଦ

ଏହା ପୂର୍ବରୁ ବଢ଼ିଲା ଦାମ୍‌

ବଜାଜ କମ୍ପାନୀ ଚେତକ ସ୍କୁଟର ୧୯୭୨ରେ ଭାରତୀୟ ବଜାରକୁ ପ୍ରବେଶ କରାଇଥିଲା। ସେତେବେଳ ଚେତକ୍‌ ସ୍କୁଟର ଚାହିଦା ବହୁତ ଅଧିକ ଥିଲା। ପରବର୍ତ୍ତୀ ସମୟରେ ଧିରେ ଧିରେ ୨୦୦୬ ବେଳକୁ ଏହାର ଉତ୍ପାଦନ ପ୍ରାୟତଃ ବନ୍ଦ ହୋଇଥିଲା ବୋଲି ଓ୍ବିକିପିଡିଆ ଡାଟାରୁ ଜଣାପଡ଼ିଛି। ତେବେ ପୁଣି ଥରେ ଭାରତୀୟ ବଜାରେ ଚେତକ ସ୍କୁଟର ନୂଆ ରୂପରେ ଏଣ୍ଟ୍ରି କରିଛି। ଏହି ଇଲେକ୍ଟ୍ରିକ୍‌ ସ୍କୁଟରର ବୁକିଂ ଆରମ୍ଭ ହୋଇ ଶେଷ ହୋଇଛି। ଅତ୍ୟଧିକ ଚାହିଦା ପାଇଁ ବୁକିଂ ବନ୍ଦ ହୋଇଥିବା ଜଣାପଡ଼ିଛି। କମ୍ପାନୀ ନିଜର ଏହି ସ୍କୁଟରକୁ ଭାରତର ବଛା ବଛା ସହରରେ ବିକ୍ରି କରୁଛି। କିନ୍ତୁ ବୁକିଂ ବନ୍ଦ କରିବାକୁ ଘୋଷଣା କରିବା ପୂର୍ବରୁ ସ୍କୁଟରର ଦାମ ବଢ଼ାଇଛି କମ୍ପାନୀ। ଚେତକ ସ୍କୁଟରର ପୂର୍ବ ଦାମ ତୁଳନାରେ ପାଖାପାଖି ୨୭ ହଜାର ଟଙ୍କା ବୃଦ୍ଧି ହୋଇଛି। ଏହା ପୂର୍ବରୁ ଏହି ସ୍କୁଟରର ଦାମ ୧,୪୨,୬୨୦ ଟଙ୍କା ଥିଲା। ତେବେ ଏହା ପୂର୍ବରୁ ମାର୍ଚ୍ଚ ୨୦୨୧ରେ ପ୍ରତି ସ୍କୁଟର ଉପରେ ୫୦୦୦ ଟଙ୍କା ଲେଖାଁଏ କମ୍ପାନୀ ବଢ଼ାଇଥିଲା।କମ୍ପାନୀର ଚେତକ୍‌ ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର। ଏହା କମ୍ପାନୀ ପକ୍ଷରୁ ଗତବର୍ଷ ଲଞ୍ଚ କରାଯାଇଥିଲା।

ବଜାଜ ଅଟୋ ଭାରତୀୟ ବଜାରରେ ନିଜର ଇଲେକ୍ଟ୍ରିକ୍‌ ସ୍କୁଟର ବିକ୍ରି ଧିରେ ଧିରେ ବଢ଼ାଉଛି। ବର୍ତ୍ତମାନ ସମୟରେ ଚେତକ ସ୍କୁଟର କେବଳ ପୁଣେ ଏବଂ ବେଙ୍ଗାଲୁରୁରେ ବିକ୍ରି ହେଉଛି। ଏବେ ୧୮ଟି ଡିଲରସିପଙ୍କୁ ଇଭି ବିକ୍ରି ହେଉଥିବା ବେଳେ ଖୁବଶୀଘ୍ର ଦେଶର ୨୪ ଅନ୍ୟ ସହରରେ ସ୍କୁଟର ବିକ୍ରି ଆରମ୍ଭ ହୋଇଯିବ।ଇଲେକ୍ଟ୍ରିକ୍‌ ସ୍କୁଟର ଦୁଇଟି ଭାରିଏଣ୍ଟରେ ଉପଲବ୍ଧ। ଏଣ୍ଟ୍ରି ଲେଭଲ୍‌ (ଅର୍ବାନ) ଏବଂ ଟପ୍‌ ଏଣ୍ଡ ପ୍ରିମିୟମ ଭାରିଏଣ୍ଟ । ଏହି ସ୍କୁଟରରେ ୩ କିଲୋ ଓ୍ବାଟ ଆଓ୍ବାରର ଲିଥିୟମ ଆୟନ୍‌ ବ୍ୟାଟେରି ରହିଛି। ଫୁଲ୍‌ ଚାର୍ଜରେ ଇକୋ ମୋଡରେ ଚେତକ ୯୫ କି,ମି ଏବଂ ସ୍ପୋର୍ଟ ମୋଡ୍‌ରେ ୮୫ କି.ମି ଦୌଡ଼ିପାରିବ। ସ୍କୁଟରର ବ୍ୟାଟେରି ଫୁଲ୍‌ ଚାର୍ଜ ପାଇଁ ୫ ଘଣ୍ଟା ଲାଗୁଥିବା ବେଳେ ଫାଷ୍ଟ ଚାର୍ଜିଂ ସିଷ୍ଟମରେ କେବଳ ଘଣ୍ଟାଏରେ ୨୫ ପ୍ରତିଶତ ଚାର୍ଜ ହୋଇପାରିବ। ବ୍ୟାଟେରି ଲାଇଫ୍‌ ୭୦ ହଜାର କି.ମି ବା ୭ ବର୍ଷ ବୋଲି କୁହାଯାଉଛି। ବ୍ୟାଟେରି ଉପରେ କମ୍ପାନୀ ୩ ବର୍ଷ କିମ୍ବା ୫୦ ହଜାର କି.ମି ଯାଏ ଓ୍ବାରେଣ୍ଟି ଦେଉଛି। ଚେତକ ଇଲେକ୍ଟ୍ରିକ୍‌ ସ୍କୁଟରର ପୁଣେରେ ଏକ୍ସ ସୋ-ରୁମ୍‌ ମୂଲ୍ୟ ୧,୪୨,୬୨୦ ଟଙ୍କା ରହିଛି।

Show More

Related Articles

Back to top button