Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା କଟକଣା ମଧ୍ୟରେ ଦୀର୍ଘ ୬ ମାସ ପରେ ଖୋଲିଲା ବଦ୍ରିନାଥଙ୍କ କବାଟ

ଦୀର୍ଘ ୬ ମାସ ପରେ ବ୍ରହ୍ମ ମୁହୂର୍ତ୍ତରେ ଖୋଲିଛି ବଦ୍ରିନାଥ ଧାମ । ଚାମୋଲିରେ ଅବସ୍ଥିତ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ମଙ୍ଗଳବାର ସକାଳ ୪.୩୦ ଅର୍ଥାତ୍ ବ୍ରହ୍ମ ମୂହୂର୍ତ୍ତରେ ବିନା ଭକ୍ତରେ ଖୋଲିଛି । କୋଭିଡ ଗାଇଡଲାଇନ ମାନି ନିୟମ ଅନୁସରଣ କରି ମନ୍ଦିର କବାଟ ଖୋଲିଥିଲା

ଦୀର୍ଘ ୬ ମାସ ପରେ ବ୍ରହ୍ମ ମୁହୂର୍ତ୍ତରେ ଖୋଲିଛି ବଦ୍ରିନାଥ ଧାମ । ଚାମୋଲିରେ ଅବସ୍ଥିତ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ମଙ୍ଗଳବାର ସକାଳ ୪.୩୦ ଅର୍ଥାତ୍ ବ୍ରହ୍ମ ମୂହୂର୍ତ୍ତରେ ବିନା ଭକ୍ତରେ ଖୋଲିଛି । କୋଭିଡ ଗାଇଡଲାଇନ ମାନି ନିୟମ ଅନୁସରଣ କରି ମନ୍ଦିର କବାଟ ଖୋଲିଥିଲା । କେବଳ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଖୋଲିଥିଲା ବାବାଙ୍କ ଦ୍ୱାର । ତେବେ କେଦାରାନାଥଙ୍କ ଭଳି ଏଠି ମଧ୍ୟ ଭକ୍ତଙ୍କୁ ବାରଣ କରାଯାଇଛି । କେଦାରନାଥଙ୍କ ଭଳି ଏଠାରେ ମଧ୍ୟ ମନ୍ଦିରକୁ ଖୁବ୍ ସୁନ୍ଦର ଭାବେ ସଜାଯାଇଛି।

ଏହାପୂର୍ବରୁ ମେ ୧୪ରେ ଯମୁନୋତ୍ରୀଙ୍କ ଦ୍ୱାର ଏବଂ ମେ ୧୫ରେ ଗଙ୍ଗୋତ୍ରୀଙ୍କ ଦ୍ୱାର ଖୋଲିବା ସମୟରେ ସମାନ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଉତ୍ତରାଖଣ୍ଡର ଗରୱାଲ୍ ହିମାଳୟର ଚାରିଧାମ ନାମରେ ଜଣାଶୁଣା ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରି ଏବଂ ଯମୁନୋତ୍ରୀ ୬ମାସର ଶୀତ ଛୁଟି ପରେ ପ୍ରତିବର୍ଷ ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଖୋଲା ଯାଇଥାଏ ।

ଚାରିଧାମ ଯାତ୍ରା ସ୍ଥଗିତ କରିବାର ଘୋଷଣା କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ଯମନ୍ତ୍ରୀ ତୀରଥ ସିଂ ରାୱତ ଗତମାସରେ କହିଥିଲେ। ସବୁ ଧାମର କପାଟ ନିୟମ ଅନୁସାରେ ଖୋଲିବ କିନ୍ତୁ କେବଳ ତୀର୍ଥ ପୁରୋହିତ ହି ନିୟମିତ ଭାବେ ପୂଜା କରିବେ।

Show More

Related Articles

Back to top button