Breaking PLUSଦେଶଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ବିଦେଶୀ ମୁଦ୍ରା ଭଣ୍ଡାର

ଦେଶର ଅର୍ଥନୀତି ପାଇଁ ଅଶୁଭ ଖବର

ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟ ଡାଟା ଅନୁସାରେ, ଅଗଷ୍ଟ ୧୯ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ର ଭଣ୍ଡାର ୬.୬୮୭ ବିଲିୟନ ଡଲାର ହ୍ରାସ ହୋଇ ୫୬୪.୦୫୩ ବିଲିୟନ ଡଲାରରେ ପହଞ୍ଚିଛି । ଏହା ପୂର୍ବରୁ ଅଗଷ୍ଟ ୧୨ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୨୩୮ କୋଟି ଡଲାର ହ୍ରାସ ସହ ୫୭୦.୭୪ ବିଲିୟନ ଡଲାରରେ ପହଞ୍ଚିଥିଲା ।

ଆରବିଆଇ ଅନୁସାରେ ଅଗଷ୍ଟ ୧୯ରେ ଶେଷ ହୋଇଥିବା ସପ୍ତାହ ଭିତରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହୋଇଥିବା ହ୍ରାସର ମୁଖ୍ୟ କାରଣ ବିଦେଶୀ ମୁଦ୍ରା ସମ୍ପତ୍ତି ଏବଂ ସୁନା ଭଣ୍ଡାର କମିବା । ସପ୍ତାହିକ ପରିସଂଖ୍ୟାନ ଅନୁସାରେ, ସପ୍ତାହରେ ଏଫସିଏ ୫.୭୭ ବିଲିୟନ ଡଲାର ହ୍ରାସ ହୋଇ ୫୦୧.୨୧୬ ବିଲିୟନ ଡଲାର ହୋଇଛି । ଏହିପରି ସୁନା ଭଣ୍ଡାରର ମୂଲ୍ୟ ୭୦.୪ କୋଟି ଡଲାର ହ୍ରାସ ହୋଇ ୩୯.୯୧୪ ବିଲିୟନ ଡଲାର ରହିଛି । ଚଳିତ ସପ୍ତାହରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ନିକଟରେ ବିଶେଷ ଆହାରଣ ଅଧିକାର(ଏସଡିଆର) ୧୪.୬ କୋଟି ଡଲାର ହ୍ରାସ ହୋଇ ୧୭.୯୮୭ ବିଲିୟନ ଡଲାରରେ ପହଞ୍ଚିଛି । ଅନ୍ୟପଟେ, ଆଇଏମଏଫରେ ଥିବା ଦେଶର ମୁଦ୍ରା ଭଣ୍ଡାର ୫.୮ କୋଟି ଡଲାର ହ୍ରାସ ହୋଇ ୪.୦୩୬ ବିଲିୟନ ଡଲାରରେ ରହିଛି।

Show More

Related Articles

Back to top button