ଓଡ଼ିଆ ଗଳ୍ପଓଡ଼ିଶା

ଫେରିଆ,,,,,,

ଫେରିଆ,,,,,,
ଯେତେ ବି ଦୂରରେ
ତଥାପି ଭାବୁଚି
କେତେ ନିକଟରେ,
ମନ ଆଈନାରେ
ନିତି ଆଙ୍କେ ଛବି
ହୃଦୟ ତୁଳିରେ,
ବୁଝି ବି ବୁଝନା
କେମିତି କହିବି
ଅନ୍ତର ବେଦନା,
କାହିଁ ଭଲପାଏ
ଏତେ ନିବିଡତା
ତୁମପାଇଁ କୁହ ?
ତାରା ପୁଞ୍ଜ ମେଳେ
ଜୋଛନା ଆଲୋକେ
ଖୋଜେ ତୁମ ମୁହଁ,
ରୁହନା ନିରବ
କିଛି କହିଦିଅ
ତୁମ ମନ ଭାଷା,
ନିତି ଦେଖେ ତୁମ ବାଟ
କେବେ ଫେରିବ
ଭାଙ୍ଗି ତୁମ ନିରବତା ।

।।ପ୍ରଶାନ୍ତ ପତି । ଜଗତସିଂହପୁର ।

Show More

Related Articles

Back to top button