Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି
ବାବୁଲ ସୁପ୍ରିଓଙ୍କୁ ମମତାଙ୍କ ବଡ ଦାୟିତ୍ୱ

କୋଲକାତା : ତୃଣମୂଳ କଂଗ୍ରସ ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି। ନୂଆ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁପ୍ରିଓ ଦେଶର ଜଣେ ଜଣାଶୁଣା ଚେହେରା। ସେ ଦଳର ଆଭିମୁଖ୍ୟ ଏବଂ ନୀତିକୁ ଜାତୀୟସ୍ତରରେ ପହଞ୍ଚାପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏପରି କି ପଶ୍ଚିମବଙ୍ଗ ବାହାରେ ଟିଏମ୍ସିକୁ ମଜଭୂତ କରିବା ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।