ଦେଶମନୋରଞ୍ଜନ

ଦର୍ଶକଙ୍କୁ ଉପହାର ଭେଟି ଦେଲେ ଅୟାନ୍ , ୧୦୦ ଟଙ୍କାରେ ଦେଖିପାରିବେ ବ୍ରହ୍ମାସ୍ତ୍ର

ଗତ କିଛିଦିନ ହେବ ବକ୍ସ ଅଫିସରେ ନିଜର ଦବଦବା ଜାରି ରଖିଛି ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ଗୋଟେ ପରେ ଗୋଟେ ରେକର୍ଡ ସୃଷ୍ଟି କରି ଚାଲିଛି । ବର୍ତ୍ତମାନ ସୁଦ୍ଦା ୨୪୬.୬୩ କୋଟି ଟଙ୍କା ଆୟ କରିସାରିଲାଣି ଏହି ଫିଲ୍ମ । ଏହାରି ଭିତରେ ଫିଲ୍ମକୁ ମିଳିଥିବା ଜବରଦସ୍ତ ରେସ୍‌ପନ୍ସରେ ଉତ୍ସାହିତ ହୋଇ ଫିଲ୍ମର ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି।

ଗତ ଶୁକ୍ରବାର ବ୍ରହ୍ମାସ୍ତ୍ର ପାଇଁ ଲମ୍ବା ଲାଇନ୍‌ ଦେଖିବା ପରେ ଏବେ ଦର୍ଶକଙ୍କୁ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ଅୟାନ୍ । ନବରାତ୍ରିର ଶୁଭ ଅବସରରେ ସୋମବାର ୨୬ ସେପ୍ଟେମ୍ବରରୁ ଗୁରୁବାର ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଟିକେଟ୍‌ ମୂଲ୍ୟ ୧୦୦ ଟଙ୍କା କରି ଦିଆଯାଇଛି। ଏନେଇ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଘୋଷଣା କରିଛନ୍ତି ନିର୍ଦ୍ଦେଶକ ।

 

Show More

Related Articles

Back to top button