ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଭୁବନେଶ୍ୱର ଉପକଣ୍ଠରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । ଧରାପଡିଲେ ବ୍ରାଉନସୁଗାର ବେପାରୀ। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରୁ ୪୦୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ଡ୍ରଗ୍ସ କାରବାର ପୁଲିସ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ହୋଇଛି । ବିଶେଷକରି ପାର୍ବଣକୁ ଆଖି ଆଗରେ ରଖି ରାଜଧାନୀରେ ନିଶା ବିରୋଧୀ ଅଭିଯାନକୁ ଜୋରଦାର କରିଛି କମିଶନରେଟ ପୋଲିସ । ସେଇଥିପାଇଁ ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡ଼ର। ପରିବାର ଲୋକଙ୍କୁ ପୋଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି ଯେ, ନିଜ ଛୁଆମାନେ ଯଦି ନିଶା ଖାଉଛନ୍ତି ତେବେ ପୋଲିସକୁ ତୁରନ୍ତ ଜଣାନ୍ତୁ ।

Show More

Related Articles

Back to top button