
ପିପିଲି: ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏଭଳି ଦୂର୍ଘଟଣା ଘଟିଛି ଦାଣ୍ଡମୁକୁନ୍ଦପୁର-ପିପିଲି ପୂର୍ତ୍ତ ବିଭାଗ ରାସ୍ତାର ତେଇସିମାଇଲି ଛକରେ । ଏହି ଦୂର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମହିଳା ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗୁରୁବାର ସଂନ୍ଧ୍ୟାରେ ଏକ ଅଟୋରିକ୍ସା ଦାଣ୍ଡମୁକୁନ୍ଦପୁରରୁ ପିପିଲି ଅଭିମୁଖେ ଯାତ୍ରା କରୁଥିବାବେଳେ ତେଇସିମାଇଲି ଛକ ଠାରେ ହଠାତ୍ ଏକ ଗାଇ ରାସ୍ତା ଉପରକୁ ଦଉଡି ଆସିଥିଲା । ଫଳରେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡିଥିଲା । ଅଟୋରେ ଥିବା ଜଣେ ମହିଳା ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ।
ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡିବା ଫଳରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ଦାଣ୍ଡମୁକୁନ୍ଦପୁରରୁ ପିପିଲି ଅଭିମୁଖେ ଉକ୍ତ ଅଟୋରିକ୍ସା ଆସୁଥିବା ବେଳେ ତେଇସିମାଇଲି ଛକ ଠାରେ ହଠାତ୍ ଏକ ଗାଇ ରାସ୍ତା ଉପରକୁ ଦଉଡି ଆସିଥିଲା। ପିପିଲି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।