ଅପରାଧଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: କିଲି ପଲ୍‌ଙ୍କୁ ଆକ୍ରମଣ । ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌ଙ୍କୁ କିଛି ଅଜଣା ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିଛନ୍ତି। ଏଥିସହ ତାଙ୍କୁ ଏକ ବାଡ଼ି ସାହାର୍ଯ୍ୟରେ ପିଟିବା ଖବର ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ କିଲି ନିଜକୁ ସେମାନଙ୍କ ପାଖରୁୁ ବଞ୍ଚାଇ ଆଣିବାରେ ସକ୍ଷମ ହୋଇଛନ୍ତି। ଘଟିଯାଇଥିବା ଏହି ଘଟଣାବଳୀକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଜଣାଇଛନ୍ତି।

ଏପ୍ରିଲ ୨୯ରେ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ କିଲି ନିଜର ଏକ ଆହତ ଅବସ୍ଥାରେ ଶୋଇଥିବାର ଫୋଟ ସେୟାର କରିବା ସହ ଲେଖିଛନ୍ତି – ୫ ଜଣ ଅଜଣା ଲୋକ ମୋ ଡାହାଣ ହାତର ଆଙ୍ଗୁଠି ଏବଂ ଗୋଡକୁ ଛୁରୀରେ ଆକ୍ରମଣ କରିବା ସହ ମତେ ବାଡିରେ ପିଟିଥିଲେ । ଇଶ୍ୱରଙ୍କ ଦୟାରୁ ମୁଁ ସେମାନଙ୍କ କବଳରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇ ପାରିଲି । ଏବି ଖବରକୁ ନେଇ ତାଙ୍କ ଫ୍ୟାନମାନେ ଗଭୀର ଦୁଖଃ ପ୍ରକାଶ କରିଛନ୍ତି ।

ସୂଚନାଥାଉ କି, କିଲି ପଲ୍‌ଙ୍କ ଇନ୍‌ଷ୍ଟାଗ୍ରାମରେ ବର୍ତ୍ତମାନ ୩୬ ଲକ୍ଷରୁ ଅଧିକ ଫଲୋଅର ଅଛନ୍ତି। କିଲି ପଲ୍‌ ଓ ତାଙ୍କ ଭଉଣୀ ବଲିଉଡ୍‌ ଗୀତ ଏବଂ ଡାଏଲଗ୍‌ଗୁଡ଼ିକର ଲିପ୍‌ ସିଙ୍କିଙ୍ଗ୍‌ କରି ଭାରତରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଏତିକି ନୁହେଁ, ଅଭିନେତା ଆୟୁଷ୍ମାନ୍ ଖୁରାନା, ଗୁଲ ପନାଗ ଓ ରିଚା ଚଡ୍ଡାଙ୍କ ସମେତ ଅନେକ ଲୋକପ୍ରିୟ ଭାରତୀୟ ଫିଲ୍ମ ଷ୍ଟାର ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରୁଛନ୍ତି। କିଲି ପଲ୍‌ଙ୍କୁ ଯେତେବେଳେ ଏକ ଇଣ୍ଟରଭ୍ୟୁରେ ପଚରାଯାଇଥିଲା କି, ବଲିଉଡ୍‌ ଗୀତ ଉପରେ ଏତେ ସୁନ୍ଦର ଭାବେ ଆପଣ କିପରି ଲିପ୍‌ ସିଙ୍କିଙ୍ଗ୍‌ କରିପାରୁୁଛନ୍ତି, ତ କିଲି କହିଥିଲେ କି, ଯଦି ଆପଣ କୌଣସି ଜିନିଷକୁ ଭଲ ପାଉଛନ୍ତି, ତ ରାସ୍ତା ଖୋଲି ଯାଇଥାଏ। ଫିଲ୍ମ ଶେରଶାହର ଗୀତ ‘ରାତା ଲମ୍ବିୟା’ରେ ଲିପ୍ ସିଙ୍କିଙ୍ଗ୍‌ କରି ସେ ଗତ ବର୍ଷ ଚର୍ଚ୍ଚାକୁ ଆସିଥିଲେ। ଏହି ଭିଡିଓରେ କିଲି ଭଉଣୀ ନୀମା ପଲ୍‌ଙ୍କ ସହ ନଜର ଆସିଥିଲେ। ତା’ ପରଠାରୁ କିଲି ଚର୍ଚ୍ଚାରେ ରହି ଆସିଛନ୍ତି। କିଛି ଦିନ ପୂର୍ବରୁ ମନ୍ କି ବାତ୍ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମଧ୍ୟ କିଲିଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

Show More

Related Articles

Back to top button