
ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ। ଏକାକାଳୀନ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ସମେତ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲିନ୍ସ । ଏଥିର ତାଙ୍କ ବାସଭବନ ଓ ଅଫିସ ମଧ୍ୟ ରହିଛି । ତେବେ ଭିଜିଲାନ୍ସର କେତେ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ରହିଛନ୍ତି । ସେନେଇ କିଛି ସବିଶେଷ ତଥ୍ୟ ମିଳିନାହିଁ ।