Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ କଡା ସୁରକ୍ଷା ବ୍ୟବସ୍ଥା

ତଦାରଖ କଲେ ବରିଷ୍ଠ ପୋଲିସ ଅଧିକାରୀ

ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ବିଧାନସଭା ଅଧିବେଶନକୁ ନଜରରେ ରଖି ରାଜଧାନୀରେ ମୁତୟନ ହେବେ ୬ ଜଣ ଆଡିସିନାଲ ଡିସିପି, ୧୧ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୬୨ ଜଣ ଅଫିସର ସମେତ ୩୦ ପ୍ଲାଟୁନ ଫୋର୍ସ । ଏମାନଙ୍କୁ ପରିଚାଳନା କରିବେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ବିଧାନସଭା ଭିତରେ ଗୁଇନ୍ଦା ବିଭାଗ ସୁରକ୍ଷା ଯୋଗାଇବେ । ବିଧାନସଭା ବାହାରେ ଓ ଗାନ୍ଧିମାର୍ଗରେ କମିସନରେଟ ପୋଲିସର କଡା ପହରା ରହିବ । ଏଥିସହିତ ଡଗ ସ୍କ୍ବାର୍ଡ, ବମ୍ବ ସ୍କ୍ବାର୍ଡଙ୍କୁ ମୁତୟନ କରାଯାଇଛି । ଗାନ୍ଧିମାର୍ଗରେ ସମସ୍ତ ଅଞ୍ଚଳକୁ ସିସିଟିଭି ସର୍ଭେଲାନ୍ସ ଭିତରେ ରଖାଯାଇଛି । ଗାନ୍ଧିମାର୍ଗ ରବୀନ୍ଦ୍ର ମଣ୍ଡପ ଓ ଧାରଣାସ୍ଥଳରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ବୋଲି କହିଛନ୍ତି ପୋଲିସ କମିସନର ।

Show More

Related Articles

Back to top button