Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ସେମିରେ ଭାରତୀୟ ବକ୍ସର ନିଖତ ଜରିନ୍

ହାଙ୍ଗଝୋ- ସେମିରେ ପ୍ରବେଶ କଲେ ଦୁଇଥର ବିଶ୍ୱ ଚାମ୍ପିୟନ ଭାରତୀୟ ବକ୍ସର ନିଖତ ଜରିନ୍‌ । ଏସିଆନ ଗେମ୍ସ ମହିଳା ୫୦କେଜି ଶ୍ରେଣୀ ବକ୍ସିଂ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ସେ ଏକ ପଦକ ପକ୍କା କରିପାରିିଛନ୍ତି। ଟୁର୍ନାମେଣ୍ଟରେ ନିଖତଙ୍କର ଏହା ଥିଲା ତୃତୀୟ ବାଉଟ୍‌।

କ୍ୱାର୍ଟରଫାଇନାଲରେ ସେ ଜୋର୍ଡାନର ନାସ୍‌ବାର୍‌ ହାନାନଙ୍କୁ ଏକ ଆର୍‌ଏସ୍‌ସି ସହ ୩ ମିନିଟରୁ କମ୍‌ ସମୟ ମଧ୍ୟରେ ହରାଇ ଦେଇଥିଲେ। ଭାରତର ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ପରବିନ୍‌ ସ୍ଥାନୀୟ ଫେଭରାଇଟ୍‌ ଜିଚୁନ୍‌ ଜୁଙ୍କୁ ୫-୦ରେ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ଅନ୍ୟପକ୍ଷରେ ଲକ୍ଷ୍ୟ ଚହର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୮୦କେଜି ଶ୍ରେଣୀ ରାଉଣ୍ଡ ଅପ୍‌ ୧୬ ବାଉଟ୍‌ରେ ସେ କିରଗିଜ୍‌ସ୍ତାନର ଓମୁରବେକ୍‌ ବେକ୍‌ଝିଗିଟ୍‌ ଉଲୁଙ୍କଠାରୁ ୧-୪ରେ ପରାଜିତ ହୋଇଛନ୍ତି।

୫୦କେଜି, ୫୪କେଜି, ୫୭କେଜି ଓ ୬୦କେଜି ମହିଳା ଇଭେଣ୍ଟ ସେମିଫାଇନାଲିଷ୍ଟ ଏବଂ ୬୬କେଜି ଓ ୭୫କେଜି ଶ୍ରେଣୀ ଫାଇନାଲିଷ୍ଟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୁରୁଷ ଇଭେଣ୍ଟରେ ୭ଟି ଓଜନ ଶ୍ରେଣୀରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ଅଲିମ୍ପିକ କୋଟା ହାସଲ କରିବେ।

Show More

Related Articles

Back to top button