Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ କାନାଡା ପିଏମ

କାନାଡା- ଭାରତ-କାନାଡା ତିକ୍ତତା ମଧ୍ୟରେ ଟ୍ରୁଡୋଙ୍କ ସ୍ୱର ନରମ ପଡିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବାର ବିଶ୍ୱାସଯୋଗ୍ୟ ଅଭିଯୋଗ ସତ୍ତ୍ୱେ କାନାଡା ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି। ବିଶ୍ୱବ୍ୟାପୀ ଭାରତର ପ୍ରଭାବ ବଢ଼ୁଥିବାବେଳେ କାନାଡା ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ନୂଆଦିଲ୍ଲୀ ସହ ସମ୍ପର୍କରେ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଟ୍ରୁଡୋ କହିଛନ୍ତି।

ଭାରତ ଅଭିବୃଦ୍ଧିଶୀଳ ଆର୍ଥତ୍କ ଶକ୍ତି ଏବଂ ଭୂରାଜନୈତିକ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ଗତବର୍ଷ ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିରେ ସାମିଲ ହୋଇଥିବାରୁ ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛୁ ବୋଲି ଟ୍ରୁଡୋ କହିଛନ୍ତି।

ତେବେ ଏହାପରେ ଭାରତ-କାନାଡା ମଧ୍ୟରେ ସମ୍ପର୍କ ସୁଧୁରିବାର ସଙ୍କେତ ଦେଖାଦେଇଛି ।

Show More

Related Articles

Back to top button