Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେବା ବେଳେ ଧରାପଡିଲେ ଏଏସଆଇ

ଭୁବନେଶ୍ୱର/ନବରଙ୍ଗପୁର, 2 ମାର୍ଚ୍ଚ- ଲାଂଚ ହେଲା କାଳ । ଲାଂଚ ନେବେ ବେଳେ ଧରାପଡିଲେ ଏଏସଆଇ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଏଏସଆଇ ସୀମାଂଚଳ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୂର୍ବରୁ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କ ପରିବାର ଲୋକଙ୍କ ପ୍ରତି କୋହଳ ମନୋଭାବ ଦେଖାଇବାକୁ ଅଭିଯୋଗକାରୀଙ୍କ ଠାରୁ 5ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମାଡିବସିଛି ଭିଜିଲାନ୍ସ । ତେବେ ଭିଜିଲାନ୍ସକୁ ଦେଖି ସେ ସମ୍ପୂର୍ଣ୍ଣ ଟଙ୍କା ମାଲଖାନ୍ ଭିତରକୁ ଫିଙ୍ଗି ଦେଇଥିଲେ । ମାଲଖାନ ଭିତରୁ ଏହି ଟଙ୍କା ଉଦ୍ଧାର ଓ ଜବତ କରିଛି ଭିଜିଲାନ୍ସ । ଏଏସଆଇ ହାତ ଧୋଇବା ମାତ୍ରେ ତାଙ୍କ ହାତରେ କେମିକାଲ ରିଆକ୍ସନ ହୋଇଥିବାରୁ ସେ ଲାଂଚ ଟଙ୍କା ନେଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏଏସଆଇଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।

Show More

Related Articles

Back to top button