Breaking PLUSଅପରାଧଆଇନ କାନୁନମୁଖ୍ୟ ଖବରରାଜନୀତି

ଆତ୍ମସମର୍ପଣ କଲେ ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କ ଆତ୍ମସମର୍ପଣ ।

ଉତ୍ତରପ୍ରଦେଶର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ଲକ୍ଷ୍ମୀ ପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀ ପୁର ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିବା ପରେ ପୋଲିସ ଆଶିଷ ମିଶ୍ରାଙ୍କୁ ଜେଲ ପଠାଇ ଦେଇଛି । ପୂର୍ବରୁ ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ ଆଶିଷ ମିଶ୍ରା ଜାମିନ ପାଇବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନକୁ ଖାରଜ କରିଦେଇଥିଲେ । ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀ ପୁର ଖେରିରେ ହୋଇଥିବା ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କର ଜୀବନ ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଥିଲେ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଅଜୟ ମିଶ୍ରା । ତେବେ ଏହି ମାମଲାରେ ଗତ ବର୍ଷ ଅକ୍ଟୋବର ୨୧ରେ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା । ୧୧ ଘଣ୍ଟାର ଜେରା ପରେ ଆଶିଷଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ ଆଜି ନିଜେ ଆଶିଷ ମିଶ୍ରା ଆତ୍ମସମର୍ପଣ କରିଛନ୍ତି । ସେ ସିଜେଏମ କୋର୍ଟରେ ପହଞ୍ଚିବା ପରେ ଆତ୍ମସମର୍ପଣ କରିଥିବା କୁହାଯାଉଛି । ତେବେ ସେ ଆତ୍ମସମର୍ପଣ କରିବା ପରେ ଆଇନଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଆଶିଷ ମିଶ୍ରାଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ଜାମିନ ରଦ୍ଦ କରିବା ସହ କଠୋର ମନ୍ତବ୍ୟ ଦେଇଥିଲେ । ଏହାସହ ସାତ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତକାଲି ପାଇଁ ସମୟ ଦେଇଥିବା ବେଳେ ଆଜି ଗୋଟିଏ ଦିନ ପୂର୍ବରୁ ସେ ଆତ୍ମସମର୍ପଣ କରିଛନ୍ତି ।

 

Show More

Related Articles

Back to top button