ବଲିଉଡମୁଖ୍ୟ ଖବର

ଏନସିବିରେ ହାଜର ହେଲେ ଆର୍ୟନ

ଆଜି ତୃତୀୟ ଥର ପାଇଁ ଏନସିବିରେ ହାଜର ହେଲେ ଆର୍ୟନ ଖାନ । ଡ୍ରଗ୍ସ ମାମଲାରେ ଜାମିନ ଚୁକ୍ତିନାମା ଅନୁଯାୟୀ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାମ୍‌ନାରେ ହାଜର ହୋଇଥିଲେ ।

ସୂଚନାନୁସାରେ, ଆର୍ୟନ ରାତି ପ୍ରାୟ ୧.୩୦ଟାରେ ଏଜେନ୍ସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ରେଜିଷ୍ଟରରେ ଦସ୍ତଖତ ପରେ ସେ ଚାଲିଯାଇଥିଲେ । କେନ୍ଦ୍ରୀୟ ଏଜେନ୍ସି ସମ୍ମୁଖରେ ଏହା ଆର୍ୟନଙ୍କ ତୃତୀୟ ଥର ପାଇଁ ହାଜିରା ।

ସମ୍ପ୍ରତି ଆର୍ୟନଙ୍କ ସହ ଜଡିତ ଡ୍ରଗ୍ ମାମଲା ମୁମ୍ବାଇର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ଦ୍ୱାରା ଅନୁସନ୍ଧାନ କରାଯାଉଛି । ଯିଏ ପୂର୍ବରୁ ଆର୍ୟନଙ୍କୁ ଅଧିକ ପଚରାଉଚରା ପାଇଁ ଡକାଇଥିଲା ।

Show More

Related Articles

Back to top button