Breaking PLUSଦେଶମୁଖ୍ୟ ଖବରରାଜନୀତି

ଇଡିରେ ଆଜି ହାଜର ହେବେନି ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି । ଦିଲ୍ଲୀ ମଦ ନୀତି ଘୋଟାଲାରେ ନଭେମ୍ବର 2ତାରିଖରେ ହାଜର ହେବାକୁ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଥିଲା ଇଡି ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ନିକଟରେ ଜବାବ ଦାଖଲ କରିଛନ୍ତି । ଇଡିର ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବେଆଇନ କହିବା ସହ ଏହାକୁ ପ୍ରତ୍ୟାହୃତ କରିବାକୁ ଚିଠି ଲେଖି ଦାବି କରିଛନ୍ତି କେଜରିୱାଲ ।

Show More

Related Articles

Back to top button