ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି,ସ୍ବାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୦.୫୦ରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଥିଲେ । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜପାଳ ଗଣେଶୀ ଲାଲ୍‌ ଏବଂ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ।

ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ତେବେ ବିମାନବନ୍ଦରରେ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ସେ ପୁରୀ ଅଭିମୁଖେ ବାହାରିଥିଲେ । ବର୍ତ୍ତମାନ ସେ ପୁରୀରେ ପହଞ୍ଚିସାରିଛନ୍ତି ।

ସେଠାରେ ରାଷ୍ଟ୍ରପତି ସ୍ବତନ୍ତ୍ର ଚପରରୁ ତାଳବଣିଆରେ ଓହ୍ଲାଇବା ପରେ ସଡ଼କପଥରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି । ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସିଂହଦ୍ୱାର ନିକଟରେ ତାଙ୍କୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ବାଗତ କରିବେ। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ ।  ଶ୍ରୀମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୧ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

 

Show More

Related Articles

Back to top button