ଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାଁରେ ଗିରଫ ଓ୍ୱାରେଣ୍ଟ ଜାରି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ଜଣେ ମହିଳା ଜଜ୍‌ଙ୍କ ବିରୋଧରେ ଇମ୍ରାନ୍ ଏକ ସଭାରେ ଦେଇଥିବା ମନ୍ତବ୍ୟ ଦେବା ତଥା ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର ସିନିଅର ସିଭିଲ ଜଜ୍ ରାନା ମୁଜାହିଦ୍ ରହିମ ଶୁକ୍ରବାରଦିନ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ । ସୂଚନାନୁସାରେ, ଏକ ମାମଲାରେ ପିଟିଆଇ କର୍ମୀ ଶେହବାଜ୍ ଗିଲଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ପୁଲିସ କରିଥିବା ଆବେଦନକୁ ଜିଲ୍ଲା ଜଜ୍ ଜେବା ଚୌଧୁରୀ ମଂଜୁର କରିଥିଲେ । ଏହାକୁ ବିରୋଧ କରି ଇମ୍ରାନ ସଭାରେ ଉତ୍ତେଜିତ ହୋଇ କହିଥିଲେ ଯେ, ଜଜ୍ ଚୌଧୁରୀ ଏହାର ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ସହିତ ସେ ଇସ୍ଲାମାବାଦର ଆଇଜି ଓ ଡିଆଇଜିଙ୍କୁ ବି ଧମକାଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜୁ କରିଥିଲେ । ତେବେ ଏହି ମାମଲାରେ କୋର୍ଟରେ ହାଜିର ହେବାକୁ ପୂର୍ବରୁ ଇମ୍ରାନ ଖାଁଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଆସିନଥିଲେ । ଫଳରେ କୋର୍ଟ ତାଙ୍କ ନାଁରେ ଓ୍ୱାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ନୋଟିସ୍‌ ଜାରିର ଘଣ୍ଟାଏ ପରେ ଇମ୍ରାଇ ଇସ୍ଲାମାବାଦ ହାଇକୋର୍ଟରେ ସତ୍ୟପାଠ ଦେଇ ଭବିଷ୍ୟତରେ ଏମତି କରିବେ ନାହିଁ ବୋଲି କହି କ୍ଷମା ପ୍ରାର୍ଥନା କରିଛନ୍ତି। ଯାହାକୁ ନେଇ ସ୍ଥିତି ରୋଚକ ମୋଡ଼ ନେଇଛି।

Show More

Related Articles

Back to top button