ଦୁର୍ଘଟଣାଦେଶସ୍ୱତନ୍ତ୍ର

ଅରୁଣାଚଳ ପ୍ରଦେଶ ସେନା ହେଲିକପ୍ଟର କ୍ରାସ୍:ଉଦ୍ଧାର ହେଲା ଶେଷ ଯବାନଙ୍କ ମୃତଦେହ

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର କ୍ରାସ୍ ଘଟଣାନେ ଶେଷ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାପରେ ୫କୁ ବୃଦ୍ଧି ପାଇଛି ମୃତକଙ୍କ ସଂଖ୍ୟା । ତେବେ ଉକ୍ତ ଘଟଣାରେ ଦୁଇ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଏଏସ ବାଲିଆଙ୍କ ପକ୍ଷରୁ ସୂଚନା ମିଳିଛି ।

ଏବାବଦରେ ବାଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଦୁର୍ଘଟଣା ଚୀନ ସୀମାର ପାଖପାଖି ୩୫ କିଲୋମିଟର ଦୂରରେ ହୋଇଛି । ଘନ ଜଙ୍ଗଲ ଭିତରେ ଏହି ଦୁର୍ଘଟଣା ହୋଇଥିଲା । ଶୁକ୍ରବାର ୪ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କର ଶବ ଉଦ୍ଧାର ହୋଇପାରିନଥିଲା । ତେବେ ଶନିବାର ତାଙ୍କର ଶବ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ,ଗତ ଶୁକ୍ରବାର ହେଲିକପ୍ଟର ନିୟମିତ ଉଡାଣ ଆରମ୍ଭ କରିଥିଲା । ମିମିଙ୍ଗ ଗାଁ ନିକଟରେ ୧୦ଟା ୪୩ ମିନିଟରେ ହେଲିକପ୍ଟର ହଠାତ୍ ର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ କ୍ତ ଘଟଣାରେ ଦୁଇ ପାଇଲଟଙ୍କ ସମେତ ୫ ଜଣ ସହୀଦ ହୋଇଛନ୍ତି ।

Show More

Related Articles

Back to top button