Breaking PLUSଦେଶମୁଖ୍ୟ ଖବର

ବିଶ୍ୱର ସବୁଠୁ ବଡ ସାହିତ୍ୟୋତ୍ସବର ଶୁଭାରମ୍ଭ, ଅର୍ଜୁନ ରାମ ମେଘୱାଲ କଲେ ଉଦଘାଟନ

ନୂଆଦିଲ୍ଲୀ, 11 ମାର୍ଚ୍ଚ -ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ହେଉଥିବା ବିଶ୍ୱର ସବୁଠୁ ବଡ ସାହିତ୍ୟୋତ୍ସବକୁ ସୋମବାର ବିଧିବଦ୍ଧ ଭାବେ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସାହିତ୍ୟ ଲେଖନ ଏକ ସ୍ୱତନ୍ତ୍ର କଳା ଅଟେ ଓ ସାହିତ୍ୟକାର ସାଧକ ଅଟନ୍ତି । ସାଧକ ସାହିତ୍ୟକାର ହିଁ ଏକ ଉନ୍ନତ ସଂସ୍କୃତି, ଏବେ ଉନ୍ନତ ସମାଜ ଓ ଏକ ଉନ୍ନତ ଦେଶର ନିର୍ମାଣ କରିଥାନ୍ତି ।
ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ତାଙ୍କ ଉପରେ ବି ସାହିତ୍ୟର ବହୁତ ପ୍ରଭାବ ପଡିଛି ଏବଂ ଏହି କାରଣରୁ ସେ ଜୀବନରେ ମିଠା କହିବା ଶିଖିଛନ୍ତି । ସେ ମୈଥିଲିଶରଣ ଗୁପ୍ତ ଓ ଅନ୍ୟ କବିଙ୍କ ପଂକ୍ତିର ଉଦାହରଣ ଦେଇ କହିଛନ୍ତି ଯେ, ସାହିତ୍ୟ ମନୁଷ୍ୟର ବିବେକ ସୃଷ୍ଟି କରିଥାଏ, ଯାହାର କି ରାଷ୍ଟ୍ର ନିର୍ମାଣରେ ବଡ ଭୂମିକା ରହିଛି । ସେ ନିଜ ପତ୍ନୀଙ୍କ ଉପରେ ଲିଖିତ ପୁସ୍ତକ ଉପରେ ବି ଆଲୋଚନା କରିଥିଲେ ।

Show More

Related Articles

Back to top button