ମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର
ଏହିଦିନ ରିଲିଜ୍ ହେବ ଅର୍ଜୁନ କପୁରଙ୍କ ଫିଲ୍ମ ‘କୁତେ’

ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ଚେହେରା ଅର୍ଜୁନ କପୁର । ବର୍ତ୍ତମାନ ଅର୍ଜୁନ କପୁର ନିଜ ଫିଲ୍ମ ‘କୁତେ’କୁ ନେଇ ସବୁଠି ଛାଇ ରହିଛନ୍ତି। ତେବେ ଫିଲ୍ମ ନିର୍ମାତାମାନଙ୍କ ପକ୍ଷରୁ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ।
ତେବେ ମୁଖ୍ୟ ଭୂମିକାରେ ଅର୍ଜୁନ କପୁର ଓ ନାସିରୁଦ୍ଦିନ ଶାହ ନଜର ଆସିବେ। ଲଭ୍ ରଞ୍ଜନଙ୍କ ପ୍ରଡକ୍ସନ୍ ହାଉସ୍ ତରଫରୁ ସୋମବାର ସକାଳେ ଏକ ଟ୍ଵିଟ୍ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା କି, ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୧୩ରେ ରିଲିଜ୍ ହେବ।
ପ୍ରଥମେ ଖବର ଆସିଥିଲା କି, ଅର୍ଜୁନ କପୁରଙ୍କ ଏହି ଫିଲ୍ମ ଚଳିତ ବର୍ଷ ୪ ନଭେମ୍ବରରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ପରେ ଏହି ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।