ଦେଶଭକ୍ତିସ୍ୱତନ୍ତ୍ର

ସତରେ ଆମେ ସ୍ବାଧୀନ ??????

ସ୍ବାଧିନ ଭାରତ ସନ୍ତାନ ବୋଲି
ଗରବେ ଫୁଲାଅ ଛାତି
ସରବ ଗାଆନ୍ତି କେତେ ସୂର ତାଳେ
ଜାତୀୟ ସଙ୍ଗୀତ ଗୀତି,
କିଏ କହିଯାଏ ଜାତିର ଜନକ
କେତେ ସହିଦ୍ଙ୍କ କଥା
ମନ୍ତ୍ରୀ,ଜନ୍ତ୍ରୀ,ନେତା ସଭା କାର୍ଯ୍ୟ କରି
ଉତ୍ତୋଳନ କରି ପତକା,
ବଖାଣି ବସନ୍ତି ଇତିହାସ କଥା
ପୂର୍ବଜନଙ୍କ ଗୁଣଗୁଣି
ଇଂରେଜ କବଳୁ ଆମ ହସ୍ତେ ଦେଲେ
ସ୍ବାଧିନ ଭାରତ ପୁଣି,
ହେଲେ ସେ ଇଂରେଜ ଛାଡିଲେ ଭାରତ
ଦେଲେ ସିନା ସ୍ବାଧିନତା
କିଏସେ ସ୍ବାଧିନ କିଏ ପରାଧିନ
ବୁଝ ଭାରତ ଜନତା ?
ଦେଇଗଲେ ଶିକ୍ଷା ଶାସନ ଡୋରକୁ
ରଖିବ ହାତରେ ଧରି
ନେତା,ମନ୍ତ୍ରୀ ହୋଇ ଅମଲା ତନ୍ତ୍ରର
କ୍ଷମତାରେ ଯିବ ଭରି !
ଲାଗିବନି ଜମା କଥାରେ ଟିକସ
ସଭା,ସମିତି ଭାଷଣେ
କଥା ଦେଇଦେବ ଶହେରୁ ଶହେକୁ
ଜନତା ହେବେ କଷଣେ !
ସ୍ବାଧିନ ହୋଇବି ପରାଧିନ ପରି
ଚାଟୁଥିବେ ତୁମ ପାଦ
ହଟହଟା ହୋଇ ଜୀବନ କାଟିବେ
ଦେଖୁଥିବ ତୁମେ ନାଟ !
ଶୋଷି ନେବସବୁ,ନ,ଦେବଟି କିଛି
ଦେବ ଆସ୍ବଶନା ବାଣୀ
ବଞ୍ଚି ରହିଥିବେ ଆର ଭୋଟ୍ ଯାଏ
ପିଇଣ ବାସି ତୋରାଣୀ ,
ସରକାରୀ କୋଟା,ସରକାରୀ ଖାତା
ନାହିଁ ତ ଗରୀବ ସ୍ଥାନ
ସେଥିପାଇଁ ଆଜି ସ୍ବାଧିନ ଭାରତେ
ଦେଖରେ କେତେ ସ୍ବାଧିନ ????

।।ପ୍ରଶାନ୍ତ ପତି।।ଜଗତସିଂହପୁର।

Show More

Related Articles

Back to top button