ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଅର୍ଚ୍ଚନା ନାଗ ମାମଲା: ପୁଣି ଇଡିରେ ହାଜର ହେଲେ ସହଯୋଗୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଆଜି ପୁଣି ଇଡିରେ ହାଜର ହୋଇଛନ୍ତି। ଆଜି ତାଙ୍କୁ ଅର୍ଚ୍ଚନା ନାଗ ମାମଲାରେ ଇଡି ଅଧିକାରୀମାନେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିବେ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କୁ ପଚରାଉଚରା କରିସାରିଛି ଇଡି। ଗତ ବୁଧବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା ଧରି ଜେରା କରିଥିଲା ଇଡି। କାହାଠାରୁ ଟଙ୍କା ଆଦାୟ କରାଯାଉଥିଲା, କେତେ ଟଙ୍କା ଆଦାୟ କରାଯାଉଥିଲା ଓ କେଉଁ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ଏପରି ଅନେକ ପ୍ରଶ୍ନ ଇଡି ଅଧିକାରୀମାନେ ଶ୍ରଦ୍ଧାଞ୍ଜଳିଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ଇଡି ଆଗରେ ଶ୍ରଦ୍ଧାଞ୍ଜଳି ଅନେକ ଗୁମର ଖୋଲିଥିବା ବେଳେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ କହିଥିବା ମଧ୍ୟ ସୂଚନା ମିଳିଛି।

ଏହା ପୂର୍ବରୁ ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ବ୍ୟବସାୟୀ ଅମୀୟକାନ୍ତ ଦାଶଙ୍କୁ ଇଡି ଜେରା କରିସାରିଛି। ଗତକାଲି ଢେଙ୍କାନାଳ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ଇଡି ଅଫିସରେ ହାଜର ହୋଇଥିଲେ। ଗଙ୍ଗାଧରଙ୍କୁ ୧୨ ଘଣ୍ଟା ଜେରା ପରେ ଛାଡ଼ିଥିଲା ଇଡି। ଅର୍ଚ୍ଚନାଙ୍କ ସହ ତାଙ୍କର ୩୫ ଲକ୍ଷ ନେଣଦେଣ ହୋଇଥିବା ତଥ୍ୟ ମିଳିବା ପରେ ତାଙ୍କୁ ସମନ କରାଯାଇଥିଲା।

ଇଡି ଅଫିସରୁ ବାହାରି ଗଙ୍ଗାଧର କହିଥିଲେ ଯେ, ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କାର୍ ଲାଗି ୩୫ ଲକ୍ଷ ୧୧ ହଜାର ଟଙ୍କା ଦେଇ ବୁକିଂ କରିଥିଲେ। ମାତ୍ର ପରେ ଆୟ ସମସ୍ୟା ଦେଖାଇ ବୁକିଂ ରଦ୍ଦ କରିଥିଲେ। ଏହି ବୁକିଂ ଟଙ୍କା ତାଙ୍କୁ ଫେରସ୍ତ ମଧ୍ୟ କରାଯାଇଥିଲା।

Show More

Related Articles

Back to top button