ଓଡ଼ିଶାଦେଶବିଧାନସଭାମୁଖ୍ୟ ଖବର

ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେଲା ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର: ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ କରାଯାଇଛି। ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ପ୍ରଶାସନିକ ଖର୍ଚ୍ଚ ପାଇଁ ୪ ହଜାର ୯ଶହ ୩୪ କୋଟି ଟଙ୍କା ବୟ ବରାଦ କରାଯାଇଛି। ଯୋଜନା ଖର୍ଚ୍ଚ ପାଇଁ ୯ ହଜାର ୨୦୦ କୋଟି ଟଙ୍କା ରହିଛି। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୨ ହଜାର ୬୧୦.୪୬ କୋଟି ରହିଛି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦ ଖର୍ଚ୍ଚ ୫୫.୫୪ କୋଟି ରହିଛି। ମହିଳା ସଶକ୍ତିକରଣ, ଗ୍ରାମୀଣ ସଂଯୋଗୀକରଣକୁ ଗୁରୁତ୍ୱ ଦିଆଯାଇଛି। କୃଷି, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, କ୍ରୀଡାକୁ ଅତିରିକ୍ତ ବଜେଟରେ ଫୋକସ କରାଯାଇଛି। ବଜେଟର ୫୫ ପ୍ରତିଶତ ଯୋଜନା ବାବଦ ଖର୍ଚ୍ଚ ରହିଛି।

ସ୍ବାସ୍ଥ୍ୟ ଯୋଜନା ପାଇଁ ଅତିିରିକ୍ତ ୮୬୭ କୋଟି ଟଙ୍କା ବୟ ବରାଦ କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ପାଇଁ ୫୨୩ କୋଟି ରହିଛି। ଖାଦ୍ୟ ସୁରକ୍ଷା ପାଇଁ ୧୬୬ କୋଟି ରହିଛି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୫୭୬କୋଟି ରହିଛି। ଗ୍ରାମୀଣ ସଂଯେଗୀକରଣ ପାଇଁ ୫୫୨ କୋଟି ରହିଛି। ଜଳସେଚନ ଓ ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ପାଇଁ ୧୭୨ କଟ ରହିଛି। ଏସସି/ ଏସଟି ବିକାଶ ପାଇଁ ୪୩୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ରହିଛି। ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ଗୃହ ନିର୍ମା ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି ଟଙ୍କା ବୟ ବରାଦ କରାଯାଇଛି।

ମହଙ୍ଗା ଭତ୍ତା, ଜୁଡିସିଆଲ ଅଧିକାରୀଙ୍କ ବକେୟା ଦରମା, ନିୟମିତ ହୋଇଥିବା କର୍ମଚାରୀଙ୍କ ଦରମା ପାଇଁ ଖର୍ଚ୍ଚ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଖରିଫରେ କ୍ଷତି ସହିଥିବା ଚାଷୀଙ୍କ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ସ୍କୁଲ ବିଲ୍ଡିଂ, ସ୍ବାସ୍ଥ୍ୟ କ୍ଷେତ୍ର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ବ୍ୟୟ ବରାଦ କରାଯାଇଛି।

Show More

Related Articles

Back to top button