Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଭୁବନେଶ୍ୱରରେ ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ନୀତିନ ଗଡକରୀଙ୍କୁ ନିବେଦନ କରିଛନ୍ତି ଅପରାଜିତା ଷଡଙ୍ଗୀ
ରାଜଧାନୀ ଭୁବନେଶ୍ୱରରେ ୨ ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର୍ ନିିର୍ମାଣ ହେବ ବୋଲି ମତ ଦେଇଛନ୍ତି ଅପରାଜିତା ଷଡଙ୍ଗୀ ।

ରାଜଧାନୀ ଭୁବନେଶ୍ୱରରେ ୨ ଫୁଟ୍ ଓଭରବ୍ରିଜ୍ ଓ ଗୋଟିଏ ଫ୍ଲାଇ ଓଭର୍ ନିିର୍ମାଣ ହେବ ବୋଲି ମତ ଦେଇଛନ୍ତି ଅପରାଜିତା ଷଡଙ୍ଗୀ । ଏନେଇ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ ବୁଧବାର ଟୁଇଟ୍ କରି ସୂଚନା ଦେଇଛନ୍ତି। କସମୋ ପୋଲିସ ଛକରେ ଜାତୀୟ ରାଜପଥ ଉପରେ ଫ୍ଲାଇଓଭର ବ୍ରିଜ ନିର୍ମାଣ ହେବ। ସେହିଭଳି କ୍ରାଉନ ହୋଟେଲ ଓ ସତସଙ୍ଗ ବିହାରଠାରେ ୨ ଫୁଟ୍ ଓଭରବ୍ରିଜ ହେବ। କ୍ୟାପିଟାଲ ରିଜିଅନ ରିଂ ରୋଡ୍କୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୫୭୪୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି। । ପୂର୍ବରୁ ଉପରୋକ୍ତ ପ୍ରକଳ୍ପ ନିର୍ମାଣ କରିବା ଲାଗି ଅପରାଜିତା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ନିବେଦନ କରିଥିଲେ। ତାଙ୍କ ନିବେଦନକୁ ରକ୍ଷା କରି କେନ୍ଦ୍ର ସରକାର ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।